ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ । ରାଜ୍ୟ ସଭାପତି ମନମୋହନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ।

630

କନକ ବ୍ୟୁରୋ : ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ । ବିଜେପିରେ ସାମିଲ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ପଦ୍ମ ଦଳରେ ଯୋଗ ଦେଇଛନ୍ତି ପ୍ରଦୀପ । ଦୀର୍ଘ ଦିନ ହେବ ପ୍ରଦୀପ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଗତ କିଛି ଦିନ ତଳେ ପ୍ରଦୀପଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ମନମୋହନ ସାମଲ । ସେବେଠାରୁ ପ୍ରଦୀପ ବିଜେପିକୁ ଆସିବା ନେଇ ସଂକେତ ମିଳୁଥିଲା ।

ଏହାପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ । ବିଜେଡିରୁ ବହିଷ୍କୃତ ହେବା ପରେ ରାଜ୍ୟ ସରକାରଙ୍କୁ ଅନେକ ସମୟରେ ଟାର୍ଗେଟ କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ବିଜେପିରେ ସାମିଲ ହେବା ପରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଶ୍ରେଷ୍ଠ ଭାରତ ଓ ଶ୍ରେଷ୍ଠ ଓଡ଼ିଶା ଗଠନ ପାଇଁ ସମୟ ଆସିଛି । ଏବେ ସମୟ ପରିବର୍ତ୍ତନର, ସଜାଗର ସମୟ, ସୁଦୃଢ ଓଡ଼ିଶା ଓ ଭାରତ ଗଠନ କରିବାର ସମୟ । ବିଜେପିକୁ ଗୋଟିଏ ଥର ପାଇଁ ବିଜେପିକୁ ସୁଯୋଗ ଦେବାକୁ ଅପିଲ କରିଛନ୍ତି ପ୍ରଦୀପ ।