ବିଜେଡ଼ିରୁ ବହିଷ୍କୃତ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା: କହିଲେ, କୌଣସି ଜନବିରୋଧୀ କାର୍ଯ୍ୟ କରିନି; ଦଳ ଯେଉଁ କାମ ଦେଇଛି କରିଛି, ଯଦି ଅର୍ଥ ନେଇଛି ଅନୁସନ୍ଧାନ କରନ୍ତୁ

ସେପଟେ ବିଧାନସଭାରେ ଉଠିଲା ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ । ପାଠକ ବାପ ପୁଅଙ୍କ ସହ ସମ୍ପୃତି ନେଇ ଅଭିଯୋଗ ଆଣିଲା କଂଗ୍ରେସ

408

କନକ ବ୍ୟୁରୋ: ବିଜେଡ଼ିରୁ ବହିଷ୍କୃତ ହେବା ପରେ ସଫେଇ ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କୌଣସି ଜନ ବିରୋଧୀ କାର୍ଯ୍ୟ କରି ନାହାନ୍ତି । ଦଳ ଯେଉଁ କାମ ଦେଇଛି ସେ କରିଛନ୍ତି । ଯଦି ଦଳର ଟଙ୍କା ଖାଇଛି ଏଥିପାଇଁ ସେ ଉତରଦାୟୀ । ବ୍ୟକ୍ତିଗତ ଭାବେ କେତେ ସମ୍ପତି କରିଛନ୍ତି ତାହାର ଅନୁସନ୍ଧାନ କରାଯାଉ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଦଳର ପ୍ରାର୍ଥୀଙ୍କୁ ସେ ହରାଇଥିବା କୁହାଯାଉଛି ।

କିନ୍ତୁ କିପରି ହରାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଆଜି ବିଜେଡ଼ି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପଙ୍କୁ ଦଳରୁ ବହିଷ୍ୃତ କରାଯାଇଛି । ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପାଠକଙ୍କ ବାପ ପୁଅଙ୍କ ସହ ସମ୍ପର୍କକୁ ନେଇ ବିବାଦକୁ ଆସିଥିଲେ ପ୍ରଦୀପ । ଟାଟାର ଜାଲ ନିଯୁକ୍ତିପତ୍ର ନେଇ ପ୍ରଦୀଙ୍କ ଭୂମିକା ଥିଲା ସନ୍ଦେହରେ । ଏହା ସହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପଙ୍କ ଝିଅ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ବିଧାନସଭାର ଶୂନ୍ୟକାଳରେ ଉଠିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ । ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ସଂପୃକ୍ତ । ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ବିଧାୟକଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ । ଶାସକ ଦଳର ବହୁ ନେତା, ମନ୍ତ୍ରୀ ଜଡିତ ଅଛନ୍ତି । କିଛି ଅଣ ଓଡିଆ ଅଫିସର ରାଜ୍ୟକୁ ଲୁଟିଖାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ପାଠକ ବାପ, ପୁଅଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା ।