ଚାଟାର୍ଡ଼ ଫ୍ଲାଇଟରେ ଗସ୍ତ ନେଇ ମୁହଁ ଖୋଲିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ ମୁଁ ଯଦି ବୁଲୁଥିଲି ସେତେବେଳେ କହିଲେନି, ଏବେ ଏକଥା କାହିଁକି କହୁଛନ୍ତି ସରକାର

ସେପଟେ ତାଙ୍କ ସମର୍ଥକ ଓ ସମ୍ପର୍କୀୟଙ୍କୁ ହଇରାଣ କରାଯାଉଥିବା ନେଇ ମୁଖ୍ୟମନ୍ତ୍ରୀ ଓ ଡ଼ିଜିପିଙ୍କୁ ଲେଖିଲେ ଚିଠି

1,776

କନକ ବ୍ୟୁରୋ: ଲକଡାଉନ ସମୟରେ ଚାଟାର୍ଡ ଫ୍ଲାଇଟରେ ଗସ୍ତ ନେଇ ମୁହଁ ଖୋଲିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।  ଯଦି କୋଭିଡ ସମୟରେ ସେ ଚାଟାର୍ଡ ଫ୍ଲାଇଟରେ  ବୁଲିଥିଲେ ତେବେ  ସରକାର ସେତେବେଳେ କାହିଁକି କହୁନଥିଲେ ଏବେ କାହିଁକି କହୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଡିଜିସିଏ ଓ ଏୟାରପୋର୍ଟ ଅଥରିଟିଙ୍କ ଅନୁମତି କ୍ରମେ ଗସ୍ତ କରିଛନ୍ତି ।  ଏଥିରେ କିଛି ଅସୁବିଧା ନାହିଁ କି ସେ ଭୁଲ କରିନାହାନ୍ତି । ସେ ପୁଣେ ଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । ରାଜ୍ୟରେ ପରୀ ମୃତ୍ୟୁ, ହାଜତ ମୃତ୍ୟୁ,  ଚାଷୀ ଆତ୍ମହତ୍ୟା ଉଦ୍ୟମ ଏତେ ବଡ଼ ଘଟଣା ଥାଇ କି ତା ଉପରେ ତଦନ୍ତ କରାଯାଉଛି କିନ୍ତୁ ତାଙ୍କ ସଂପର୍କୀୟ ଓ ସମର୍ଥକଙ୍କୁ ପୁଲିସ ହଇରାଣ କରୁଛି ଓ ଥାର୍ଡ ଡିଗ୍ରୀ ଦିଆଯାଉଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ପୁଲିସ ଉଦେଶ୍ୟମୂଳକ ଭାବେ  କାର୍ଯ୍ୟକରିବା ସହ ତାଙ୍କ ସମର୍ଥକଙ୍କ ଉପରେ ଚାପ ପକାଉଛି । ଏନେଇ ସେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି ଲେଖିଥିବା କହିଛନ୍ତି  ।