କନକ ବ୍ୟୁରୋ : ଜମ୍ମୁକାଶ୍ମୀର କୁଲଗ୍ରାମରେ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟଣାରେ କମାଣ୍ଡୋ ପ୍ରଦୀପ ନୈନ୍ ସହିଦ ହୋଇଛନ୍ତି । ପ୍ରଦୀପ ଜଣେ ସାହସୀ ଯବାନ ଥିଲେ । ଆତଙ୍କୀଙ୍କ ସହ ଅତି ସାହସର ସହ ଲଢେଇ କରିଥିଲେ । ମାଟି ମାକୁ ସୁରକ୍ଷା ପାଇଁ ଶତ୍ରୁ ସହ ଲଢି ଲଢି ସହିଦ ହୋଇଯାଇଛନ୍ତି ଭାରତ ମାତର ବୀର ଯବାନ ।

Advertisment

ବୀର ପୁଅକୁ ହରାଇ ସାରା ଦେଶ କାନ୍ଦୁଛି । ପୂରା ପରିବାର ଭାଙ୍ଗି ପଡିଛି । କାରଣ ପ୍ରଦୀପ ତାଙ୍କ ବାପା ମାଆଙ୍କ ଏକମାତ୍ର ସନ୍ତାନ ଥିଲେ । ସେ ଗତ ଦୁଇବର୍ଷ ତଳେ ବିବାହ କରିଥିଲେ । ସହିଦ ହେବା ପରେ ବାପା, ମାଆ, ପତ୍ନୀ ଦୁଃଖରେ ଭାଙ୍ଗିପଡିଛନ୍ତି । ପୁଅ ଦେଶ ପାଇଁ ଜୀବନ ଦେଇଥିବାରୁ ବାପା ଗର୍ବ ଅନୁଭବ କରୁଥିଲେ ବି ମନର କେଉଁ ଏକ କୋଣରେ ପୁଅକୁ ହରାଇବାର ଦୁଃଖ, ଯନ୍ତ୍ରଣା ତାଙ୍କ ଆଖିରେ ଲୁହ ଆକାରରେ ଦେଖାଯାଉଛି । ସେପଟେ ପ୍ରଦୀପଙ୍କ ପତ୍ନୀ ଗର୍ଭବତୀ ଥିବା ବେଳେ ପ୍ରଦୀପଙ୍କ ସହିଦ ହେବା ଘଟଣା ତାଙ୍କୁ ମର୍ମାହତ କରିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି । ସ୍ୱାମୀଙ୍କ ସହିଦ ହେବା ଖବର ପାଇବା ପରେ ସେ ଯେପରି ପଥର ପାଲଟିଯାଇଛନ୍ତି । ମାଆଙ୍କ କଥା ତ ନକହିଲେ ଭଲ । ପୁଅକୁ ହରାଇ ମାଆ ଛାତି ପିଟି କାନ୍ଦୁଛି । ପୁଅ ଫେରିଆସିବ ଭାବି ଦାଣ୍ଡ ଦୁଆରେ ଚାହିଁ ବସିଛି । କିନ୍ତୁ ବିଡମ୍ବନାର ବିସୟ ପ୍ରଦୀପ ଆଉ ଚାଲିକି ମାଆ କୋଳକୁ ଆସିବେ ନାହିଁ, ଚାରି କାନ୍ଧରେ ଜାତୀୟ ପତାକାରେ ଘୋଡାଇ ହୋଇ ଆସିବ ତାଙ୍କର ପାର୍ଥିବ ଶରୀର । ଆଉ କିଛି ସମୟ ପରେ ଜନ୍ମମାଟିରେ ପହଞ୍ଚିବ ପ୍ରଦୀପଙ୍କ ମର ଶରୀର ।

ପ୍ରଦୀପ କମାଣ୍ଡୋ ଭାବେ ୨୦୧୫ରେ ସେନାରେ ଭର୍ତ୍ତି ହୋଇଥିଲେ । ମାତ୍ର ୧୮ ବର୍ଷ ବୟସରେ କମାଣ୍ଡୋ ହୋଇଥିଲେ ପ୍ରଦୀପ । ୨୦୨୨ରେ ବିବାହ କରିଥିଲେ । ଆଉ ଖବ୍ କମ୍ ବୟସରେ, ମାତ୍ର ୨୭ ବର୍ଷ ବୟସରେ ଶତ୍ରୁ ସହ ଲଢି ଦେଶ ପାଇଁ ସହିଦ ହୋଇଛନ୍ତି ବୀର ଯବାନ ପ୍ରଦୀପ