କଂଗ୍ରେସ ନଛାଡିବା ନେଇ ସ୍ପଷ୍ଟ କଲେ ପ୍ରଦୀପ ମାଝୀ : ଦିଲ୍ଲୀରେ ରାହୁଲଙ୍କୁ ଭେଟି ଜଣାଇଲେ ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ଥିତି

କହିଲେ, ଦିଲ୍ଲୀରେ କଂଗ୍ରେସର ଉତ୍ଥାନ ରାଜ୍ୟ ସଙ୍ଗଠନଗୁଡିକୁ ଯୋଗାଇବ ବଳ

160

କନକ ବ୍ୟୁରୋ : ଦଳ ଛାଡିବା ନେଇ କଳ୍ପନାଜଳ୍ପନା ଭିତରେ କଂଗ୍ରେସରେ ରହିବା ନେଇ ସ୍ପଷ୍ଟ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ପ୍ରଦୀପ ଦିଲ୍ଲୀ ଗସ୍ତ ବେଳେ ସେ ଓ ଭକ୍ତ ଦାସ, ରାହୁଲ ଗାନ୍ଧୀଙ୍କୁ ଭେଟି ରାଜ୍ୟ କଂଗ୍ରେସର ସାଙ୍ଗଠାନିକ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ସାକ୍ଷାତ ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଦୀପ କହିଛନ୍ତି ଯେ, ସେ କଂଗ୍ରେସ ଦଳରେ ଥିଲେ, ରହିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବେ । ୨୦୧୭ରୁ ପ୍ରଦୀପ ମାଝୀ କଂଗ୍ରେସ ଦଳ ଛାଡିବା ନେଇ ଚର୍ଚ୍ଚା ଆଲୋଚନା ହେଉଛି ।

ତେବେ ଏଭଳି ଚର୍ଚ୍ଚା କାହିଁକି ହେଉଛି ସେ ନିଜେ ମଧ୍ୟ ଚିନ୍ତିତ ବୋଲି କହିଛନ୍ତି ପ୍ରଦୀପ ମାଝୀ । ରାହୁଲଙ୍କ ସହ ଆଲୋଚନା ସର୍ମ୍ପକରେ ବି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଦିଲ୍ଲୀରେ କଂଗ୍ରେସର ଉତ୍ଥାନ ରାଜ୍ୟ ସଙ୍ଗଠନଗୁଡିକୁ ବଳ ଯୋଗାଇବ । ଆଲୋଚନା ଫଳପ୍ରଦ ହୋଇଛି ଏବଂ ଆଗାମୀ ଦିନରେ ରଣନୀତି ତିଆରି ହୋଇ ଉଭୟ ଜାତୀୟସ୍ତରରେ ଏବଂ ରାଜ୍ୟସ୍ତରରେ କଂଗ୍ରେସ ସଂଗଠନକୁ ମଜଭୁତ କରାଯିବ । ୨୦୦୭ଭଳି ନୂଆ ଢଙ୍ଗରେ ଜାତୀୟ ସ୍ତରରେ ଦଳକୁ ସଜଡା ନଗଲେ ରାଜ୍ୟସ୍ତରରେ କଂଗ୍ରେସ ସଂଗଠନ ଉଠିପାରିବ ନାହିଁ ।