କାହିଁକି କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ ? ଚିଠିରେ ଲେଖିଲେ ଦଳ ଛାଡିବାର କାରଣ

224

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । କୋରାପୁଟରେ ଭୁଷୁଡୁଛି କଂଗ୍ରେସ ଦୁର୍ଗ । କୌଳାସ କୁଲେସିକା ବିଜେଡିରେ ସାମିଲ ହେବାର ଗୋଟିଏ ଦିନ ପରେ ଆଜି ପୁଣି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁରରୁ ପୂର୍ବତନ ସାଂସଦ ପ୍ରଦୀପ ମାଝି । ସୋନିଆ ଗାନ୍ଧିଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଏଥିରେ ସେ ଲେଖିଛନ୍ତି କଂଗ୍ରେସରେ କାମ କରିବାକୁ ଆଉ ପର୍ଯ୍ୟାପ୍ତ ସୁୁଯୋଗ ନାହିଁ । କିଛି ଲୋକଙ୍କୁ ଯୋଗୁଁ ଦଳର ତାର ବିଶ୍ୱସନୀୟତା ହରାଇଛିି ।

ଆଉ ଏହାକୁ ଫେରିପାଇବାକୁ ହେଲେ ବହୁତ ସମୟ ଲାଗିବ । ପ୍ରଦୀପ ମାଝୀ ବର୍ତମାନ ପିସିସିର କାର୍ଯ୍ୟକାରୀ ସଭାପତି ଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସେ ଅତି ଘନିଷ୍ଠ ଥିଲେ । ଦୁଇସପ୍ତାହ ପୂର୍ବରୁ ସେ ଦିଲ୍ଲୀରେ ରାହୁଲଙ୍କ ବି ଭେଟିଥିଲେ । ପ୍ରଦୀପ ମାଝି ବାରମ୍ବାର ବିଜେଡିକୁ ଯାଉଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ସେ କଂଗ୍ରେସ ଛାଡିଛନ୍ତି । ନବରଙ୍ଗପୁରରୁ ସେ ୨୦୦୯ରୁ ୨୦୧୪ ଯାଏଁ ସାଂସଦ ଥିଲେ । ରାଜ୍ୟ କଂଗ୍ରେସର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବି ଥିଲେ ପ୍ରଦୀପ ମାଝୀ । ସେ ବିଜେଡିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଛି ।

ଚିଠିରେ କ’ଣ ଲେଖିଛନ୍ତି ପ୍ରଦୀପ ମାଝୀ ?

ମୁଁ ଅତ୍ୟନ୍ତ ଦୁଃଖର ସହ କହିବାକୁ ଚାହୁଁଛି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଇସ୍ତଫା ଦେଉଛି । ଲୋକଙ୍କ ସେବା କରିବାକୁ ମୁଁ ଜାତୟ କଂଗ୍ରେସକୁ ଆସିଥିଲି । ଦଳ ମୋତେ ସୁଯୋଗ ଦେବା ସହ ବିନା ଦାବିରେ ଉଚ୍ଚପଦ ଦେଇଥିଲେ । କଂଗ୍ରେସରେ ଥାଇ ଲୋକଙ୍କ ଭଲପାଇବା ପାଇଛି । ଆପଣଙ୍କ ନେତୃତ୍ୱରେ ଦଳ ସଙ୍ଗଠନ ଭଲ ଭାବେ ପରିଚାଳିତ ହେଉଛି । ତେବେ କିଛି କିଛି ଲୋକଙ୍କ ଯୋଗୁଁ ଦଳ ଏବେ ନିଜର ବିଶ୍ୱସ୍ତନୀୟତା ହରାଉଛି । ଏହାକୁ ଫେରିପାଇବାକୁ ହେଲେ କଂଗ୍ରେସକୁ ବହୁତ ସମୟ ଲାଗିବ । ଲୋକଙ୍କ ସେବା କରିବାକୁ କଂଗ୍ରେସରେ ବର୍ତମାନ ପରିସ୍ଥିତିରେ ଆଉ ଯଥେଷ୍ଟ ସୁଯୋଗ ନାହିଁ ।