କନକ ବ୍ୟୁରୋ: ପ୍ରଦୀପ ମାଝୀଙ୍କୁ ନେଇ ଗତ କିଛି ଦିନ ହେବ ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । କଂଗ୍ରେସ ଦଳ ଛାଡିଛନ୍ତି ଦକ୍ଷିଣ ଓଡିଶାର ଏହି ଟାଣୁଆ ଆଦିବାସୀ ନେତା । ସେ ସୋନିଆ ଗାନ୍ଧୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରରେ ସେ ଲେଖିଛନ୍ତି,

Advertisment

କଂଗ୍ରେସରେ କାମ କରିବାକୁ  ଆଉ ପର୍ଯ୍ୟାପ୍ତ ସୁୁଯୋଗ ନାହିଁ । କିଛି ଲୋକଙ୍କୁ ଯୋଗୁଁ ଦଳ ସାଧାରଣ ଲୋକଙ୍କ ବିଶ୍ୱସନୀୟତା ହରାଇଛିି । ଯାହାକୁ ଫେରାଇ ଆଣିବା ପାଇଁ ସମୟ ଲାଗିବ ।

ପ୍ରଦୀପ ମାଝି ବର୍ତମାନ ପିସିସିର କାର୍ଯ୍ୟକାରୀ ସଭାପତି ଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ସେ ଅତି ଘନିଷ୍ଠ ଥିଲେ । ଦୁଇସପ୍ତାହ ପୂର୍ବରୁ ସେ ଦିଲ୍ଲୀରେ ରାହୁଲଙ୍କ ବି ଭେଟିଥିଲେ ।  ପ୍ରଦୀପ ମାଝି ବାରମ୍ବାର ବିଜେଡିକୁ ଯାଉଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ସେ କଂଗ୍ରେସ ଛାଡିଛନ୍ତି । ତେବେ ପ୍ରଦୀପଙ୍କ ଯିବା ଦକ୍ଷିଣ ଓଡିଶାର ରାଜନୀତିରେ କଣ ପ୍ରଭାବ ପକାଇବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ ଆସନ୍ତା ୨୪ରେ ନିଜ ଇସ୍ତଫା ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପାରନ୍ତି । ଏବଂ ଖୁବ୍ ଶୀଘ୍ର ବିଜେଡି କ୍ୟାମ୍ପରେ ଯୋଗ ଦେବାର ସମ୍ଭାବନା ରହିଛି ।