ଶହେ ଘୋଡାକୁ ଶହେ ହାତୀ, ହାରିଗଲେ ମହାରଥୀ… ୨୪’ ରଣଭୂମି ରୁଦ୍ରଙ୍କ ରଥରେ ବ୍ରେକ ଲଗାଇଲେ ଆଶ୍ରିତ

2,015

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ବହୁମତ ହାସଲ କରି ସରକାର ଗଢିବାକୁ ସଜବାଜ ହେଲାଣି ବିଜେପି । ସେହିପରି ବିଜେଡିର ଗଡ ବା ମହାରଥୀ ପରିବାରର ଗଡ କୁହାଯାଉଥିବା ପିପିଲିରେ ପରାଜିତ ହୋଇଛନ୍ତି ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୫ ହଜାର ୧୬୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏହି ଆସନରୁ ପ୍ରଦୀପ ମହାରଥୀ ୨୦୦୦ ମସିହାରୁ ବିଜେଡଜି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ ୫ ଥର ବିଧାନସଭାକୁ ନିର୍ବାଚିତ ହେବାପରେ ୨୦୧୯ରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ଉପ ନିର୍ବାଚନରେ ରୁଦ୍ର ମହାରଥୀ ବିଜୟୀ ହୋଇ ବାପାଙ୍କ ଗଡ ରକ୍ଷା କରିଥିଲେ । ହେଲେ ସାଧାରଣ ନିର୍ବାଚନରେ ପରାଜିତ ହୋଇ ଏବେ ଗଡ ହରାଇଦେଇଛନ୍ତି ।