କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ବହୁମତ ହାସଲ କରି ସରକାର ଗଢିବାକୁ ସଜବାଜ ହେଲାଣି ବିଜେପି । ସେହିପରି ବିଜେଡିର ଗଡ ବା ମହାରଥୀ ପରିବାରର ଗଡ କୁହାଯାଉଥିବା ପିପିଲିରେ ପରାଜିତ ହୋଇଛନ୍ତି ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୫ ହଜାର ୧୬୨ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏହି ଆସନରୁ ପ୍ରଦୀପ ମହାରଥୀ ୨୦୦୦ ମସିହାରୁ ବିଜେଡଜି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ ୫ ଥର ବିଧାନସଭାକୁ ନିର୍ବାଚିତ ହେବାପରେ ୨୦୧୯ରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ଉପ ନିର୍ବାଚନରେ ରୁଦ୍ର ମହାରଥୀ ବିଜୟୀ ହୋଇ ବାପାଙ୍କ ଗଡ ରକ୍ଷା କରିଥିଲେ । ହେଲେ ସାଧାରଣ ନିର୍ବାଚନରେ ପରାଜିତ ହୋଇ ଏବେ ଗଡ ହରାଇଦେଇଛନ୍ତି ।
ଶହେ ଘୋଡାକୁ ଶହେ ହାତୀ, ହାରିଗଲେ ମହାରଥୀ... ୨୪’ ରଣଭୂମି ରୁଦ୍ରଙ୍କ ରଥରେ ବ୍ରେକ ଲଗାଇଲେ ଆଶ୍ରିତ
/kanak/media/post_attachments/wp-content/uploads/2024/06/57.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)