ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ୍ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ, ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ହୋଇଥିଲେ ଗିରଫ

627

କନକ ବ୍ୟୁରୋ : ମହାରଥୀଙ୍କୁ ମିଳିଲା ଜାମିନ୍ । ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ମଞ୍ଜୁର । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ । ୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ତେବେ ଜାମିନ ଥିବା ବେଳେ ସାକ୍ଷୀ ମାନଙ୍କୁ ଧମକାଇ ପାରିବେନି ମହାରଥୀ । ଏହାସହ ପୋଲିସକୁ ଏହି ଘଟଣାରେ ସହଯୋଗ କରିବାକୁ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ଏହାପୂର୍ବରୁ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଗତ ୨୨ ତାରିଖରେ ମହାରଥୀଙ୍କୁ ଗିରଫ କରିଥିଲା ପୋଲିସ । ପ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କୁ ଆକ୍ରମଣରେ ମହାରଥୀଙ୍କୁ ସମ୍ପୃକ୍ତି ଥିବା ଦର୍ଶାଇ ଗିରଫ କରାଯାଇଥିଲା । ତେବେ କୋର୍ଟରେ ହାଜର ହେବା ପରେ ମହାରଥୀଙ୍କୁ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ୨୩ ତାରିଖରେ ହୋଇଥିବା ନିର୍ବାଚନରେ ଭୋଟ ମଧ୍ୟ ଦେଇ ପାରିନଥିଲେ ପ୍ରଦୀପ ।