ନିରାଶ ହେଲେ ମହାରଥୀ । ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି ।

794

କନକ ବ୍ୟୁରୋ : ନିରାଶ ହେଲେ ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ । ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି । କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସିନଥିବାରୁ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି । ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ମାଡ ଘଟଣାରେ ପ୍ରଦୀପଙ୍କୁ ଗିରଫ କରିଥିଲା ପୋଲିସ ।

ଊଲ୍ଲେଖଯୋଗ୍ୟ କି, ୨୨ ତାରିଖରେ ପିପିଲିରୁ ଗିରଫ ହେଲା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ଆବେଦନ ଶୁଣାଣିକୁ ୨୪ ତାରିଖ ପର‌୍ୟ୍ୟନ୍ତ ଘୁଞ୍ଚା ଦିଆଯାଇଥିଲା। ଏହାପରେ ପ୍ରଦୀପ ମହାରଥୀ ଭୁବନେଶ୍ୱର ଝାରପଡ଼ା ଜେଲ୍କୁ ଚାଲି ଯାଇଥିଲେ। ପରେ ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଆଜି ପୁଣି ତାଙ୍କୁ ଭୁବନେଶ୍ୱର ଅଦାଲତାରେ ହାଜର କରାଯାଇଥିଲା ଏବଂ ମହାରଥୀଙ୍କ ଓକିଲ ଜାମିନ୍ ଆବେଦନ କରିଥିଲେ। ଅଦାଲତ ଏହାକୁ ୨୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।