ବିବାଦୀୟ ବୟାନ୍ ପରେ ଦୁଃଖ ପ୍ରକାଶ କଲେ ମହାରଥୀ ! କହିଲେ ମୁଁ ସ୍ପଷ୍ଟବାଦୀ, ମୋ ମନରେ କିଛି ନାହିଁ ।

353

କନକ ବ୍ୟୁରୋ : କ୍ଷମା ମାଗିଲେ ମହାରଥୀ । ପିପିଲି ପୀଡିତା ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହେବା ପରେ କୃଷିମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ କହିଥିଲେ ସତ୍ୟର ପରିପ୍ରକାଶ ହୋଇଛି । ଏମିତିକି କେମିତି ଏହି ମାମଲାରେ ତାଙ୍କ ମନ୍ତ୍ରୀ ପଦ ଯାଇଥିଲା ସେନେଇ ବି ମତ ରଖିଥିଲେ । ଯାହାକୁ ନେଇ ବିବାଦ ବଢିଥିଲା । ବିରୋଧୀ ଦଳ ସିଧାସଳଖ ମହାରଥୀଙ୍କୁ ଟାର୍ଗେଟ କରିଥିଲେ । ଆଉ ବିବାଦ ବଢିବା ପରେ ବର୍ତମାନ ଦୁଃଖ ପ୍ରକାଶ କରିଛନ୍ତି ପ୍ରଦୀପ ମହାରଥୀ । 

ମହାରଥୀ କହିଛନ୍ତି କାହାକୁ ଆଘାତ ଦେବା ଉଦ୍ଦେଶ୍ୟରେ ସେ ବୟାନ ଦେଇନଥିଲେ । ପିପିଲି ପିଡୀତାଙ୍କ ପରିବାରକୁ  ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି । ଏହା ସହ ପିପିଲି ପିଡୀତାଙ୍କ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସର ରାଜନୈିତିକ ଅଭିମୁଖ୍ୟକୁ ପରୋକ୍ଷରେ ନିନ୍ଦା କରିଛନ୍ତି କୃଷି ମନ୍ତ୍ରୀ  । ପିପିଲା ପିଡୀତାଙ୍କ ଖବର ଯେତେବେଳେ ସାମ୍ନାକୁ ଆସିଥିଲା, ସେତେବେଳେ ବିବାଦୀୟ ହୋଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରଦୀପ ମହାରଥୀ । 

ଏମିତିକି ବିରୋଧି ବି ପ୍ରଦୀପ ମହାରଥୀଙ୍କୁ କଡା ସମାଲୋଚନା କରିଥିଲେ । ଆଉ ପ୍ରାୟ ୬ ବର୍ଷ ପରେ ଯେତେବେଳେ ମାମଲାର ଶୁଣାଣି କରି କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ ତାପରେ ସତ୍ୟର ପରିପ୍ରକାଶ ହୋଇଥିବା କହି ପୁଣି ବିବାଦକୁ ଆସିଯାଇଥିଲେ ମହାରଥୀ  । ଆଉ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି କୃଷିମନ୍ତ୍ରୀ  । ଏହା ସହ ମହାରଥୀ ସ୍ପଷ୍ଟ କରିଛନ୍ତି ଯେ, କାହାକୁ ଆଘାତ ଦେବା ବା ପୀଡିତାଙ୍କ ପରିବାରକୁ ସମାଲୋଚନା କରବା ଉଦ୍ଦେଶ୍ୟରେ ସେ ଏଭଳି ମତ ଦେଇନଥିଲେ ।