ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରର ଲୋକଙ୍କ ଭିଡ ନେଇ ଥାନାରେ ଜଗନ୍ନାଥ ସେନାର ଏତଲା : ସମୀର ଦାସଓ ଉମା ସାନ୍ତରାୟଙ୍କ ସାମିଲକୁ ନେଇ ଉଠାଇଲା ପ୍ରଶ୍ନ; ସମୀର କହିଲେ,କୋଭିଡ ନିୟମ ଉଲ୍ଲଙ୍ଘନ କରିନୁ

594

କନକ ବ୍ୟୁରୋ : ଗତକାଲି ପୁରୀ ସ୍ୱର୍ଗଦ୍ୱାରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଶହ ଶହ ଲୋକଙ୍କ ଭିଡ ନେଇ ପୁରୀରେ ଥାନାରେ ଏତଲା କରିଛି ଜଗନ୍ନାଥ ସେନା । ପୁରୀ ସମୁଦ୍ରକୂଳ ଥାନାରେ ଏନେଇ ଏତଲା ଦେଇଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଏହି ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେଇ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଂଜଳି ଦେଇଥିଲେ ବିଧାୟକ ଉମା ସାମନ୍ତରାୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସଂକ୍ରମିତ ବ୍ୟକ୍ତି କିପରି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଅଭିଯୋଗ ଆଣି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା ।

ସେନା ଅଭିଯୋଗ କରିଛି ବିଧାୟକ ଉମା ସାମନ୍ତରାୟ ନିକଟରେ କରୋନା ସଂକ୍ରମିତ ହୋଇଥିଲେ । ମନ୍ତ୍ରୀ ସମୀର ଦାଶଙ୍କର ମଧ୍ୟ ପଜିଟିଭ୍ ଆସିଥିଲା ବୋଲି ଅଭିଯୋଗ କରିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ । ସରକାର କରୋନା କାଳରେ ଅନ୍ତିମ ସଂସ୍କାର ପାଇଁ ସୀମିତ ଲୋକଙ୍କ ସମାଗମ ନେଇ ନିୟମ ରଖିଛନ୍ତି । ଏହା ପରେ ବି କିପରି ଏତେ ସଂଖ୍ୟାରେ ଜନଗହଳି ହେଲା ଓ ପ୍ରଶାସନ ନୀରବ ରହିଲା ସେନା ଏନେଇ ଅଭିଯୋଗ କରିଛି । କରୋନା କାଳରେ ଅନ୍ତିମ ସଂସ୍କାରରେ ସୀମିତ ଲୋକଙ୍କ ସାମିଲ ହେବା ନେଇ ସରକାର ନିୟମ କରିଛନ୍ତି । ଏହି ନିୟମ ଉଲଂଘନକାରୀଙ୍କୁ ଗିରଫ କରିବାକୁ ଦାବି କରିଛି ଜଗନ୍ନାଥ ସେନା ।

ସେପଟେ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀରଦାଶ । ମୁଁ ସରକାରଙ୍କ କୋଭିଡ ନିୟମ ଉଲଂଘନ କରିନାହିଁ ବୋଲି କହିଛନ୍ତି ସମୀର ଦାଶ । ଗତ ୧୪ ତାରିଖରେ ତାଙ୍କର ପଜିଟିଭ୍ ଆସିଥିଲା । ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସେ ୨୧ ତାରିଖରେ ଡିସଚାର୍ଜ ହୋଇଥିଲେ । ବିଧାନସଭା ଆଗରୁ ଗତ ୨୭ ତାରିଖରେ ସମୀର ଦାଶଙ୍କ ଟେଷ୍ଟ ରେ କମ୍ ସଂକ୍ରମଣ ଥିବା ଜଣାପଡିଥିଲା । ନିୟମ ଅନୁସାରେ ୨୧ ଦିନ ବିତିଯାଇଥିବାରୁ ସେ ପ୍ରଦୀପ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ବୋଲି କହିଛନ୍ତି ।