ମାହାଙ୍ଗା ମାଟିରେ ବିଦେଶୀ ଫଳ । ଥାଇଲାଣ୍ଡ ଆପଲ ବେରୀ ଚାଷ କରିଛନ୍ତି କଟକ ନିଶ୍ଚନ୍ତକୋଇଲି ବ୍ଲକ ଅଞ୍ଚଳର ପ୍ରଦୀପ୍ତ କୁମାର ।

151

କନକ ବ୍ୟୁରୋ: ଚାକିରି କରିବା ପାଇଁ କଲିକତା ଯାଇଥିଲେ । ହେଲେ ସେଠାରୁ ଥାଇଲାଣ୍ଡ କୋଳି ଚାଷ ବିଷୟରେ ପ୍ରେରଣା ପାଇ କୋଳି ଚାଷ କରୁଛନ୍ତି କଟକ ନିଶ୍ଚନ୍ତକୋଇଲି ବ୍ଲକ ଅଞ୍ଚଳର ଯୁବକ ପ୍ରଦୀପ୍ତ କୁମାର ସ୍ୱାଇଁ । କମ୍ ଖର୍ଚ୍ଚରେ ଥାଇଲାଣ୍ଡ ଆପଲ ବେରୀ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ପ୍ରଦୀପ୍ତ । ସେ କଲିକତାରୁ ୭୦ଟି ଚାରା କିଣି ନିଜ କ୍ଷେତରେ ଲଗାଇଛନ୍ତି । ଏବେ ଦୈନିକ ୧୦ରୁ ୧୫ କିଲୋ ଅମଳ ହେଉଛି । ତାଙ୍କ ଜମିରୁ ଉତ୍ପାଦନ ହେଉଥିବା କୋଳି ବଜାରରେ ବିକ୍ରି କରି ପ୍ରଦୀପ୍ତ ସ୍ୱାବଲମ୍ବୀ ହୋଇଛନ୍ତି ।

ଗତବର୍ଷ ଫେବୃଆରୀ ମାସରେ ଚାରା ରୋପଣ କରିଥିବା ବେଳେ ଡିସେମ୍ବର ମାସରେ ଫଳ ଫଳିବା ଆରମ୍ଭ ହୋଇଥିଲା । ଏବେ ତାଙ୍କ ଜମିରୁ ଦୁଇ ଦିନ ବ୍ୟବଧାନରେ କୋଳି ତୋଳା ହେଉଛି । ବଜାରରେ ଏହାର ଦର ୧୦୦ ଟଙ୍କା ରହିଥିବା ବେଳେ ଚାହିଦା ମଧ୍ୟ ରହିଛି । ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ଚାଷ ହୋଇଥିବାରୁ ଅନ୍ୟ ଚାଷୀ ମାନେ ମଧ୍ୟ ଏହି ଚାଷ କରିବା ପାଇଁ ମନ ବଳାଉଛନ୍ତି ।