ଭାଇରାଲ ଅଡିଓ ପ୍ରସଙ୍ଗରେ ଜୀବନ ପ୍ରଦୀପ ଦାଶଙ୍କ ପ୍ରତିକ୍ରିୟା : ଅଶୋଭନୀୟ ଭାଷା ପାଇଁ ମାଗିଲେ କ୍ଷମା, କହିଲେ ମୁଁ ଅନୁତପ୍ତ

କହିଲେ ବାଲେଶ୍ୱର ସଦର ଆସନରୁ ବିଜୟୀ ହେବେ ବିଜେଡି ପ୍ରାର୍ଥୀ

278

କନକ ବ୍ୟୁରୋ : ସାମ୍ନାକୁ ଆସିଛି ବିଜେଡିରୁ ନିଲମ୍ବିତ ଜୀବନ ପ୍ରଦୀପ ଦାସଙ୍କ ଭାଇରାଲ ଅଡିଓ । ଯେଉଁଥିରେ ବାଲେଶ୍ୱର ସଦର ଆସନରୁ ତାଙ୍କୁ ପ୍ରାର୍ଥୀ କରାନଯିବାକୁ ନେଇ ସେ ଜଣେ କର୍ମୀଙ୍କ ସହିତ କଥା ହେଉଛନ୍ତି । ଅନୁମାନ କରାଯାଉଛି ଏହି ଅଡିଓ ଆଧାରରେ ତାଙ୍କୁ ଦଳ ବିରୋଧୀ କାମ ପାଇଁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ।

ତେବେ ଗୁରୁବାର ତାଙ୍କୁ ନିଲମ୍ବନ ପରେ ଶୁକ୍ରବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଜୀବନ ପ୍ରଦୀପ । ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଗତ କିଛିଦିନ ଧରି ସେ ଦଳର ନେତୃମଣ୍ଡଳୀଙ୍କ ଦ୍ୱାରା ଅପମାନ ଓ ନିର୍ଯାତନାର ଶିକାର ହୋଇଥିଲେ ।ତେବେ ଭାଇରାଲ ଅଡିଓ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜୀବନ ପ୍ରଦୀପ ଦାଶ । କହିଛନ୍ତି ଅଡିଓରେ ବ୍ୟବହୃତ ଭାଷା ପାଇଁ ସେ ଅନୁତପ୍ତ । ସେହିପରି ବାଲେଶ୍ୱର ସଦରରୁ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି ସେ କହିଛନ୍ତି ।

ତେବେ ଉପନିର୍ବାଚନ ସମୟରେ ଦଳ ବିରୋଧରେ ଜୀବନପ୍ରଦୀପ ଓ ତାଙ୍କର ଜଣେ କର୍ମୀ ଫୋନ୍‌ରେ ହୋଇଥିବା କଥାବାର୍ତ୍ତାର ଭାଇରାଲ ଅଡିଓ ଥିଲା ଏମିତି…

ଜୀବନ: ବିଜେପିକୁ ଡାଇରେକ୍ଟ ଦିଅ, ଆମ ପ୍ରୋକ୍ଟେସନରେ ରହିଲ। ନହେଲେ କଂଗ୍ରେସକୁ ଦିଅ।
କର୍ମୀ: ହଁ ବୁଝିଗଲି। ହେଲେ କଂଗ୍ରେସ ତ ଯିବେନି କିଛି ଲୁକ। କାରଣ ଇଏ ତ ଭୁଲ କରିଛନ୍ତି, ତାଙ୍କ ମାଇଣ୍ଡରେ ଜାଣିଛନ୍ତି କିଛି ନାଇଁ…ହେନେ ଭାଇ ଏବେ ଡିସାଇଡ କଣ ହେଲା ?

ଜୀବନ: ବିଜେପିକୁ ଦବ। ତେଣୁ ତାକୁ କିମିତି ଲାଗିବ, କଣ କଥା ହବ, କଣ ଦରକାର, ସେଥିପାଇଁ ଯଦି ଫାଇନାନ୍ସ ଦରକାର ହେବ ମୁଁ ତା ପାଇଁ ଆରେଞ୍ଜ୍‌ କରେଇଦେବି

କର୍ମୀ: ନମସ୍କା‌ର ଭାଇ। ବହୁତ ଦିନ ପରେ ଫୋନ୍‌..କିସ କଥା, କିସ ଚୁପ୍‌ଚାପ ହେଇ ବସିଗଲେ ଆପଣ

ଜୀବନ: ବସେଇ ଦେଲେ ମୋ‌ତେ ଆଉ, ଦଳ ମୋର ବସେଇଦେଲା। ଆଉ ମୁଁ କଣ କରିବି ?
କର୍ମୀ: ମାନେ ମେଟର କିସ କୁହନା, ଆମେ ବୁଝି ପାରୁନୁ କିଛି ଏ ଦଳର ?

ଜୀବନ: ମେଟର ମାନେ ବଦମାସି ମୋ ସହ କଲେ, ଦଳର ସବୁ ବେଇମାନ କଲେ ଆଉ ।
କର୍ମୀ: ଆଚ୍ଛା ଏ ୩ ନମ୍ବର କିମିତି ଟିକେଟ ପାଇଗଲା ଆମର ?

ଜୀବନ: ସିଏ ଆକ୍ଚୁଆଲି ଥିଲା ଯେ, ରବି ଜେନା ତାକୁ ‌ଗୁଟେ ଟିକେଟ ଦିଆ କରେଇଲା। ଦିଆ କରେଇକି ତାକୁ କହିଦେଇଥିଲା ଯେ, ତୁ କହିବୁ ମୁଁ ଲଢ଼ିବିନି, ଛାଡ଼ିଦେବି। ସିଏ ବି ପ୍ରଥମେ ମିଡିଆରେ ସେଇକଥା କହିଲା, ମୁଁ କିଏ..ମୁଁ ଲଢ଼ିପାରିବିନି..ସିଏ ସାର ଲଢ଼ିବେ..ରବିବାବୁ ଲଢ଼ିବେ। ମୁଁ ଟିକେଟ ନେଇକି ତାଙ୍କ ପାଖକୁ ଯିବି। କହିକି ଦି ଦିନ କାଳ ସେ ଟିକେଟାକୁ ନେଇ ତାଙ୍କ ଘରେ ପକେଇଦେଇକି ଚାଲିଆସିଲା। ସିଏ କଣ କଲା..କିଛିଲୋକ ଏକତ୍ରିତ କରିକି..ରବି ଜେନା ଲଢ଼ୁ..ରବି ଜେନା ଲଢ଼ୁ…ଏମିତି ସବୁ ସେଠି ସ୍ଲୋଗାନ ଫ୍ଲୋଗାନ ଦିଆ କରେଇଲେ ୨/୩ହଜାର ଲୋକ ଏକତ୍ରିତ କରେଇକି।
କର୍ମୀ: ଆଚ୍ଛା

ଜୀବନ: କିନ୍ତୁ, ସେତେବେଳେ ମୁଁ ଜିଦ୍‌ ଧରିଲି..ଯଦି ଟିକେଟ ଚେଞ୍ଜ ହେବ, ତା’ହେଲେ ମୁଁ କାହିଁକି ଲଢ଼ିବିନି…ରବି ଜେନା କାହିଁକି ଲଢ଼ିବ? ସେଇଠୁ ସେମାନେ କହିଲେ ନାହିଁ ତାହେଲେ ଠିକ୍‌ ଅଛି..ସିଏ ଲଢ଼ୁ। ଆଉ ସିଏ ହେଉଛି ରବି ଜେନାର ପାଲତୁ କୁତା ପ୍ଲାସ କୁନା ଦାସର ଭାଇ ହେଉଛି ସେ। ମାନେ ଯେତିକି ଚୋର, ଡାକାୟତ, ଗୁଣ୍ଡା ମାନେ ଆମେ ଯେଉଁ ୨୦ ବ‌ର୍ଷ ବାଲେଶ୍ବର ଟାଉନକୁ ଶାନ୍ତି ରଖିଛେ, ସିଏ ଆଉ ରହିବ ନାହିଁ। ଏଠି ରଙ୍ଗଦାରି ସୁରୁ ହେଇଯିବ। ଏଠି ଏକ୍ସଟରସନ..ଏଠି ବିହାର ରକମର ରାଜନୀତି ହେଇଯିବ। ଏତେ ବାଜେ ଲୋକସବୁ ଅଛନ୍ତି ସେଠି।
କର୍ମୀ-୨: ତାହେଲେ ହଇରାଣ ହୋଇଯିବେ ସମସ୍ତେ ।

ଜୀବନ: ଏସବୁ କଥାକୁ ମୁଁ ବିରୋଧ କରିବାରୁ ମୋତେ ବସେଇଦେଲେ ।
କର୍ମୀ: ଆପଣ କଣ କଲେ ?

ଜୀବନ: ତେଣୁ ଆମ ଲୋକ ସବୁ ମଷ୍ଟଲି ବିଜେପିକୁ ଭୋଟ ଦେବେ ।
କର୍ମୀ: ବିଜେପିକୁ ନା ? ହଁ..ଯା ହଉ ଆଉ କଣ କରିବା..ଯଦି ଏତେ ପୁରୁଣା ଲୁକଙ୍କୁ ନଦେବେ ଆଉ କଣ କରିବେ ?

ଜୀବନ: ମୋର କହିବା କଥା ଆପଣମାନେ ଦେଖନ୍ତୁ…ସତ କଥା ହେଲା ଯେ, ମୁଁ ଯଦିଚ ବିଜେଡିରେ ଅଛି କିମ୍ବା ବିଜେପିରେ ଯାହା ହେଲେ ବି…ବିଜେଡି-ବିଜେପି ଗେ‌ାଟେ ଦଳ। ଯଦି ମାଇନରିଟି ଭୋଟ ମୁସଲିମ୍‌ ଭୋଟ୍‌ ବିଜେପିକୁ ଦଉନାହାନ୍ତି, ତାହେଲେ ବିଜେଡିକୁ କାହିଁକି ଦେବେ। ସିଏ ତ ଏକା। ସବୁରେ ତ ବିଜେଡି-ବିଜେପି ଏକ ଅଛନ୍ତି। ସିଏଏ ହଉ..ଏନ୍‌ଆରସି ହଉ..ତିନି ତଲାକ ହଉ..କଶ୍ମୀର ଇସ୍ୟୁ ହଉ..ସବୁରେ ତ ଏମାନେ ଗୁଟେ ନା।
କର୍ମୀ: ହୁଁ ସମର୍ଥନ ତ ମିଳୁଛି ପାର୍ଲାମେଣ୍ଟରେ।

ଜୀବନ: ତାହେଲେ ବିଜେପିକୁ ଡାଇରେକ୍ଟ ଦିଅ। ଆମ ପ୍ରୋଟେକ୍ସନରେ ରହିବ। ନହେଲେ କଂଗ୍ରେସକୁ ଦିଅ ।
କର୍ମୀ: ଆଉ କାହାକୁ ଫୋନ୍‌ କଲେଣିନା ନାହିଁ ଆମର ?

ଜୀବନ: ମୁଁ କାହାକୁ ଏକଥା କହିନାହିଁ କି ଫୋନ୍‌ କରିନାହିଁ । ମୋର କାହା ଉପରେ ବିଶ୍ବାସ ନାହିଁ। ମୁଁ କହିଲି ଏକା ପପୁକୁ କହିବି। ସେ ମୋ କଥା ରଖିକି ମୋ ପାଇଁ କାମ କରିବ ।
କର୍ମୀ: ନା‌..ମୋର ଗୁଟେ ଆଦତ୍‌ ହଉଛି ଭାଇ ବେଇମାନି କରିପାରିମିନି…ତିନିଟା ଇଲେକ୍ସନ ଲଢ଼ିଛି…ପକେଟରୁ ପଇସା ବି ଯାଇଛି ୧୦ ଲକ୍ଷ/ ୫ଲକ୍ଷ ନେଖାଏଁ ଦେଇଛି। ତାପରେ ସେଇଟା ମୁଁ ଭାବିନି କିସ ହେଲା ଆମର। ୮ ତାରିଖ ଯାଏ ପୋଷ୍ଟପୋନ ରହିଲା। କେତେ ଆଉ ତାଙ୍କ ଦୁଆରମୁହଁରେ ଠିଆହେମୁ। ଗୁଟେ ଦଳରେ ଥିଲେ ଥିଲେ, ଏତେ ଡିସପୁଟ ଥିବ ବୁଲି କିଏ ଜାଣୁଛି। ଆଉ ଏମାନେ ବି…ମାନେ କ୍ୟାମ୍ପେନିଂ ବି ଅଧଘଣ୍ଟେ ପରେ ଗୁଟେ ମନ୍ତ୍ରୀ ଅଧଘଣ୍ଟେ ପରେ ଗୁଟେ ମନ୍ତ୍ରୀ ଢୁକୁଛନ୍ତି।

ଜୀବନ: ବିଲକୁଲ। ସିଏ ୧ ତାରିଖ ରାତିରେ ପଳେଇବେ। ତା ପରେ ଏଠି ମାଡ଼ଗାଳି, ଥାନା, କୋର୍ଟ କଚେରି ଏଠି ବୁଝିବା ପାଇଁ କେହିନାହିଁ।
କର୍ମୀ: ହଉ..ଯଦି ଏତେ ବଡ଼ କଥା କହିଛନ୍ତି, ମୁଁ ଆଉ କଥା କାଟିବି ପାରିମିନି ଭାଇ ।

ଜୀବନ: ହଉ ଠିକ୍‌ ଅଛି ।