କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ମଧ୍ୟ ସେତିକି ପରିମାଣରେ ଚର୍ଚ୍ଚାରେ ରହୁଛି । ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜନୈତିକ ଉଷ୍ମତା ମଧ୍ୟ ଜାରି ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ନେତାମାନେ ନିଜ ନିଜର ନାମାଙ୍କନ ଦାଖଲ କରିବା ସମୟରେ ସମସ୍ତଙ୍କ ନଜର ରହିଥାଏ । କାରଣ ଏହି ସମୟରେ ହିଁ କେବଳ ସାଧାରଣ ଜନତା ମାନେ ନେତାଙ୍କ ସମ୍ପତ୍ତି ସମ୍ପର୍କରେ ଜାଣିବାକୁ ପାଆନ୍ତି । ତେବେ ଗତ କିଛିଦିନ ହେବା ନେତାଙ୍କର ସମ୍ପତ୍ତିକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ବର୍ତମାନ ସମୟରେ ବାଚସ୍ପତି ଥିବା ପ୍ରଦୀପ ଅମାତଙ୍କ ସମ୍ପତ୍ତି ସମ୍ପର୍କରେ ତଥ୍ୟ ପ୍ରକାଶ ହୋଇଛି ।
ବିଜେଡି ବିଧାୟକ ପ୍ରଦୀପ ଅମାତ ତାଙ୍କ ସତ୍ୟପାଠରେ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୭ ଲକ୍ଷ ୪୪ ହଜାର ୮୨୪ ଟଙ୍କା ଏବଂ ସ୍ଥାବର ସମ୍ପତ୍ତିର ମୂଲ୍ୟ ୪୧ଲକ୍ଷ ୫୦ ହଜାର ଦର୍ଶାଇଛନ୍ତି। ସେ ଆୟକର ବାବଦକୁ ୪ ଲକ୍ଷ ୫୯ହଜାର ୨୩୭ ଟଙ୍କା ଦାଖଲ କରିଛନ୍ତି। ତାଙ୍କ ହାତରେ ନଗଦ ୧ ଲକ୍ଷ ୭୫ ହଜାର ଟଙ୍କା ଥିବା ବେଳେ ସ୍ତ୍ରୀଙ୍କ ପାଖରେ ୬୦ ହଜାର ଟଙ୍କା ଅଛି। ବୌଦ୍ଧ ଇଣ୍ଡିଆନ ବ୍ୟାଙ୍କରେ ୭୫ ହଜାର ୪୭୨ ଟଙ୍କା, ଏସବିଆଇର ଏକ ଆକାଉଣ୍ଟରେ ୮, ୨୮୭ ଟଙ୍କା, ଭୁବନେଶ୍ବର ବିଧାନସଭା କ୍ୟାମ୍ପସସ୍ଥିତ ୟୁକୋ ବ୍ୟାଙ୍କରେ ୪ଲକ୍ଷ ୮୬ହଜାର ୦୬୬ ଟଙ୍କା ରହିଛି। ଏବେ ନିର୍ବାଚନ ସକାଶେ ବୌଦ୍ଧ ବିସିସିବିରେ ଏକ ନୂଆ ଆକାଉଣ୍ଟ ଖୋଲିଥିବା ସେ ଦର୍ଶାଇଛନ୍ତି। ବ୍ୟାଙ୍କ ଋଣ ବାବାଦକୁ ମୋଟ ୨ ଲକ୍ଷ ୫୪ ହଜାର ୬୬୬ ଟଙ୍କା ରହିଥିବା ସେ ଦର୍ଶାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Pradeep-Amat-Finance-Minister-640x512-640x360-1.jpg)