ନେପାଳରେ ରାଜନୈତିକ ସଂକଟ । ଓଲି ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ପ୍ରଚଣ୍ଡ ।

226

କନକ ବ୍ୟୁରୋ : ନେପାଳର ପୁଷ୍ପକମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱାଧିନ ରାଜନୈତିକ ଦଳ ସିପିଏନ (ମାଓବାଦୀ ସେଣ୍ଟର) ବୁଧବାର ଦିନ ନେପାଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ଏହା ଫଳରେ କେ.ପି ଶର୍ମା ଓଲିଙ୍କ ସରକାର ବହୁମତ ହରାଇଛି । ଏନେଇ ସିପିଏନ୍ ର ବରିଷ୍ଠ ନେତା ଗଣେଷ ଶାହା ସୂଚନା ଦେବା ସହ କହିଛନ୍ତି କି ସମର୍ଥନ ପ୍ରତ୍ୟାହାର ନେଇ ଦଳ ତରଫରୁ ସଚିବାଳୟକୁ ଚିଠି ଲେଖାଯାଇଛି ।

ଚଠି ଲେଖିବା ପରେ ମାଓବାଦୀ ସେଣ୍ଟର ର ବରିଷ୍ଠ ନେତା ଗୁରଙ୍ଗ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଦଳ ଓଲି ସରକାରରୁ ସମର୍ଥନ ପତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି କି ସରକାର ସମ୍ବିଧାନକୁ ଉଲଘଂନ କରୁଛନ୍ତି । ସରକାରଙ୍କ ବର୍ତମାନର କାର୍ଯ୍ୟକଳାପ ଲୋକତାନ୍ତ୍ରିକ ପ୍ରକ୍ରିୟା ଓ ରାଷ୍ଟ୍ରୀୟ ଏକତା ଉପରେ ବିପଦ ପହଂଚାଇଛି ।

ପ୍ରଚଣ୍ଡଙ୍କ ରାଜନୈତିକ ଦଳ ସିପିଏନ ଏମିତି ଏକ ସମୟରେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି, ଯେତେବେଳେ କି ଦୁଇଦିନ ପୂର୍ବରୁ ଓଲି ସରକାର ଘୋଷଣା କରିଥିଲେ କି ୧୦ ତାରିଖ ଦିନ ସେ ସଂସଦରେ ବହୁମତ ପ୍ରମାଣ କରିବେ ।
ଓଲିଙ୍କୁ ସରକାର ବଞ୍ଚାଇବାକୁ ଆହୁରି ୧୫ ଜଣ ସାଂସଦଙ୍କର ଆବଶ୍ୟକତା ରହିଛି । ଏଭଳି ସ୍ଥଳେ ଓଲି ନେପାଳର ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସର ଅଧ୍ୟକ୍ଷ ସେର୍ ବାହାଦୁର ଦେଓବାଙ୍କୁ ଭେଟିଛନ୍ତି । ଆଲୋଚନା ହେଉଛି କି ଓଲି ସରକାର ବଞ୍ଚାଇବାକୁ ଦେଓବାଙ୍କ ସହାୟତା ଲୋଡିଛନ୍ତି ।

ଅନ୍ୟପଟେ କ୍ଷମତାରେ ଥିବା କମ୍ୟୁନିଷ୍ଟ ପାଟୀ ଭିତରେ ଚାଲିଥିବା ଏଭଳି ଟଣା ଓଟରା ଭିତରେ ଗତବର୍ଷ ଡିସେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସରକାର ଭଙ୍ଗ କରିବାକୁ କହିଥିଲେ । ହେଲେ ଓଲିଙ୍କ ସୁପାରିଶ ପରେ ଏହାକୁ ଏପ୍ରିଲ ୩୦ ଓ ପରେ ମେ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।