ମାଗଣା ପାଠ ପଢିବେ ପ୍ରବୀର ପ୍ରଧାନଙ୍କ ଝିଅ : ଯୁକ୍ତ ଦୁଇ ଯାଏଁ ମାଗଣା ଶିକ୍ଷାଦାନ ପାଇଁ ସେଣ୍ଟ ଜାଭିୟର ସ୍କୁଲର ପ୍ରତିଶ୍ରୁତି

6,767

କନକ ବ୍ୟୁରୋ : ଦିବଙ୍ଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ । ମୃତ ପ୍ରବୀରଙ୍କ ପରିବାରକୁ ସମବେଦନ ଜଣାଇବା ସହ ପ୍ରବୀରଙ୍କ ଝିଅଙ୍କୁ ପାଠପଢ଼ାଇବାର ପ୍ରତିଶ୍ରୃତି ଦେଇଛନ୍ତି ସ୍କୁଲର ଅଧ୍ୟକ୍ଷ ବିଏନ୍ ପଟ୍ଟନାୟକ । ପ୍ରବୀରଙ୍କ ସମ୍ମାନରେ ଅନୁଷ୍ଠିତ ହୋଇଥିବା ସମାବେଶରେ ସାମିଲ ହେବା ସହ ଝିଅକୁ ଯୁକ୍ତ ଦୁଇ ଯାଏଁ ମାଗଣା ପାଠପଢ଼ାଇବାର ପ୍ରତିଶ୍ରୁତି ଦେଇଛନ୍ତି ।
ଗତ ୫ ତାରିଖରେ ଆଖି ବୁଜିଥିଲେ ପ୍ରବୀର । ନ୍ୟୁଜ ୧୮ ଓଡିଆ ଚାନେଲରେ ସିନିୟର ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ । କ୍ରାଇମ ରିପୋଟିଂରେ ତାଙ୍କର ବିଶେଷ ଦକ୍ଷତା ଥିଲା । ସେ କେବଳ ଜଣେ ଭଲ ସାମ୍ବାଦିକ ନଥିଲେ ବରଂ ତାଙ୍କ ନମ୍ର ଓ ସରଳ ଆଚାର ବ୍ୟବହାର ପାଇଁ ନିଜ ଅଫିସ ଓ ବନ୍ଧ ମହଲରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ଖୁବ୍ ପରିଶ୍ରମୀ ଓ କାର୍ଯ୍ୟ ପ୍ରତି ନିଷ୍ଠାପରତା ତାଙ୍କୁ କମ୍ ବୟସରୁ ଶୀର୍ଷ ଛୁଆଁଇଥିଲା ।