କନକ ବ୍ୟୁରୋ: ଆରଜେଡିର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ । ୧୯୯୫ରେ ହୋଇଥିବା ଡବଲ ମର୍ଡର କେସର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ, ୧୯୯୫ରେ ଚର୍ଚ୍ଚିତ ଡବଲ ମର୍ଡର କେସର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ପ୍ରଭୁନାଥଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହାସହ ପୀଡିତ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ପ୍ରଭୁନାଥ ସିଂ ଏବଂ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଭିଡିଓ କନଫରେନ୍ସ ଜରିଆରେ ଏହି ଶୁଣାଣି ହୋଇଛି ।

ସୂଚନା ମୁତାବକ, ୧୯୯୫ରେ ପ୍ରଭୁନାଥ ସିଂ, ଦରୋଗା ରାୟ ଓ ରାଜେନ୍ଦ୍ର ରାୟ ନାମକ ଦୁଇ ବ୍ୟକ୍ତିଙ୍କୁ ତାଙ୍କ ପକ୍ଷରେ ଭୋଟ ଦେବାକୁ କହିଥିଲେ ବି ସେମାନେ ଦେଇନଥିଲେ । ପରେ ସେମାନଙ୍କ ହତ୍ୟା ହୋଇଯାଇଥିଲା । ଏହି ଘଟଣା ସେ ସମୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ମାମଲାରେ ପୂର୍ବ ସାଂସଦଙ୍କୁ ନିମ୍ନ ଅଦାଲତରୁ ଆଶ୍ୱସ୍ତି ମିଳିଥିଲେ ବି ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଛି ।