ଚଳିତ ନଭେମ୍ବର ଏବଂ ଡିସେମ୍ବର ଚଳଚ୍ଚିତ୍ର ଶିଳ୍ପ ପାଇଁ ଖୁବ ଖାସ ହେବାକୁ ଯାଉଛି । ଏହି ଦୁଇ ମାସ ମଧ୍ୟରେ ଅନେକ ବଡ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଏଥିରେ ପ୍ରଭାସଙ୍କ ‘ସାଲାର ପାର୍ଟ-1 ‘, ସଲମାନ ଖାନଙ୍କ ଟାଇଗର-3”, ଶାହାରୁଖ ଖାନଙ୍କ ‘ଡିଙ୍କି’ ଅନ୍ତର୍ଭୁକ୍ତ । ‘ପୁଷ୍ପା ୨’ର କଥା ମଧ୍ୟ ଆଲୋଚନାରେ ଅଛି । ଯାହା ଆସନ୍ତା ବର୍ଷ ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବ।

Kanak News is now on WhatsApp
Join and get latest news updates delivered to you via WhatsApp
ଏଭଳି ପରିସ୍ଥିତିରେ, ‘ବୁକ୍ ମାଇ ସୋ’ ଆପ୍ ରେ ଏହି ସମସ୍ତ ସିନେମା ମଧ୍ୟରୁ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ‘ସାଲାର୍’ ଚଳଚ୍ଚିତ୍ର ସବୁଠାରୁ ଆଗରେ ଅଛି । ପ୍ରଭାସଙ୍କ ଅଭିନୀତ ତଥା ପ୍ରଶାନ୍ତ ନୀଲ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସାଲାର-1’ ଡିସେମ୍ବର ୨୨ ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହାର ଆକ୍ସନ୍-ପ୍ୟାକ୍ଡ଼ ଟିଜର ଖୁବ ଦମଦାର ହେଇଛି । ଯାହା ଫିଲ୍ମ ବିଷୟରେ ଦର୍ଶକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ସୃଷ୍ଟି କରିଛି । ବର୍ତ୍ତମାନ ଟିଜର ରିଲିଜ୍ ହେବା ପରଠାରୁ ଦର୍ଶକ ଉତ୍ସାହର ସହିତ ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି ଏବଂ ଏହାର ପ୍ରମାଣ ଭାରତର ସର୍ବବୃହତ ଡିଜିଟାଲ ଟିକେଟ୍ ବୁକିଂ ଆପ୍ ‘ବୁକ୍ ମାଇ ସୋ’ରେ ଦେଖିବାକୁ ମିଳିଛି । ଯେଉଁଠାରେ ଏହି ଫିଲ୍ମକୁ ବହୁ ପ୍ରତିକ୍ଷିତ ତାଲିକାରେ ସ୍ଥାନିତ କରିଛି । ଏହା ଅନ୍ୟ ସମସ୍ତ ପ୍ରମୁଖ ଫିଲ୍ମକୁ ପଛରେ ପକାଇଦେଇଛି ।
ବୁକ୍ ମାଇ ଶୋ ଆପ୍ ରେ ଚଳଚ୍ଚିତ୍ର ରିଲିଜ ପାଇଁ ଆଗ୍ରହୀ ଦର୍ଶକଙ୍କ ସଂଖ୍ୟା ଦେଖାଇଥାଏ । ଏହି ତାଲିକାରେ ପ୍ରଭାସଙ୍କ ସାଲାର୍ ରିଲିଜ୍ ପାଇଁ ୪୨୯.୯ ହଜାର ଲୋକ ଆଗ୍ରହୀ ଅଛନ୍ତି । ୨୭୧.୧ ହଜାର ଲୋକ ସଲମାନ ଖାନଙ୍କ ‘ଟାଇଗର 3’ ପ୍ରତି ଆଗ୍ରହ ଦେଖାଇଥିବାବେଳେ ୧୨୦.୩ ହଜାର ଲୋକ ଅଲୁ ଅର୍ଜୁନଙ୍କ ‘ପୁଷ୍ପା 2: ପ୍ରତି ଆଗ୍ରହ ଦେଖାଇଛନ୍ତି ଏବଂ ୯୭.୫ ହଜାର ଲୋକ ଶାହାରୁଖ ଖାନଙ୍କ ‘ଡିଙ୍କି’ ପ୍ରତି ଆଗ୍ରହ ଦେଖାଇଛନ୍ତି ।