ବିବାହ କରିବେ ବଡ ପରଦାର ବାହୁବଳୀ : ଦେବସେନା ନୁହେଁ ଚିରଂଜୀବୀଙ୍କ ଝିଆରିଙ୍କ ଧରିବେ ହାତ

104

କନକ ବ୍ୟୁରୋ : ବିବାହ କରିବେ ବାହୁବଳୀ । ସାଉଥ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍ ପ୍ରଭାସଙ୍କ ମାରେଜକୁ ନେଇ ଏବେ ନୂଆ ଖବର ବେଶ ଚର୍ଚ୍ଚା ସାଉଁଟିଛି । ତେବେ ନିଜ ର୍ୟୁମର ଗର୍ଲଫ୍ରେଣ୍ଡ ଅନୁଷ୍କା ସେଟ୍ଟିଙ୍କୁ ବିବାହ କରୁ ନାହାଁନ୍ତି ପ୍ରଭାସ । ଦେବସେନାଙ୍କ ବଦଳରେ ଅନ୍ୟ ଜଣେ ନାୟିକାଙ୍କ ହାତ ଧରିବେ ବାହୁବଳୀ । କିଏ ସେହି ନାୟିକା ଜଣକ ଯାହାଙ୍କ ହାତ ଧରିବା ପାଇଁ ଯାଉଛନ୍ତି ପ୍ରଭାସ ।

ବିବାହ କରିବାକୁ ଯାଉଛନ୍ତି ବାହୁବଳୀ । ଏସ୍ ଏସ୍ ରାଜାମୌଳିଙ୍କ ଫିଲ୍ମ ବାହୁବଳୀ ଓ ବାହୁବଳୀ – ଟୁ ଜରିଆରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ଅଭିନେତା ପ୍ରଭାବ ଶେଷରେ ବିବାହ କରିବାକୁ ଯାଉଛନ୍ତି । ଆଉ ତାଙ୍କ ହାତ ଧରିବେ ଅଭିନେତା ଚିରଂଜୀବୀଙ୍କ ଝିଆରି ନିହାରିକା କୋନିଡେଲା । ୩୮ ବର୍ଷୀୟ ପ୍ରଭାସ ଏବେ ଭାରତର ମୋଷ୍ଟ ଏଲିଜିବୁଲ୍ ବ୍ୟାଚେଲର୍ ଭାବେ ଜଣାଯାଉଛନ୍ତି । ବାହୁବଳୀ ସିନେମା ପରଦାକୁ ଆସିବା ପରେ ପ୍ରଭାସଙ୍କ ଚାହିଦା ବେଶ ବଢିଯାଇଥିଲା । ତାଙ୍କ ଫ୍ୟାନ୍ ଫଲୋଇଂ ୪ ଗୁଣ ବୃଦ୍ଧି ପାଇ ଯାଇଥିଲା । ଆଉ ଏହି ସିନେମା ରିଲିଜ୍ ହେବା ପରେ ପ୍ରଭାସଙ୍କ ପାଖକୁ ୬ହଜାର୍ ବିବାହ ପ୍ରସ୍ତାବ ବି ଆସିଥିଲା । ଯାହାକୁ ଏଡାଇ ଦେଇଥିଲେ ପ୍ରଭାସ । କେବେ ବିବାହ କରିବେ ପ୍ରଭାସ, ଆଉ କାହା ହାତ ଧରିବେ ତାହାକୁ ନେଇ ରିତିମତ ଖବର ଦେଖିବାକୁ ଆଉ ଶୁଣିବାକୁ ମିଳେ । ଏହାଛଡା ପ୍ରଶଂସକ ମାନେ ବି ଚାହିଁ ବସିଛନ୍ତି କେବେ ମାରେଜ୍ କରିବେ ପ୍ରଭାସ୍ ।

ବାହୁବଳୀ ସିନେମା ରିଲିଜ୍ ହେବା ପରେ ଚର୍ଚ୍ଚା ହେଉଥିଲା ନିଜ ଅନସ୍କ୍ରିନ୍ ଆକ୍ଟ୍ରେସ୍ ଅନୁଷ୍କା ସେଟ୍ଟିଙ୍କ ହାତ ଧରିବେ ପ୍ରଭାସ । ଅନୁଷ୍କା ଓ ପ୍ରଭାସଙ୍କ ମଧ୍ୟ ସମ୍ପର୍କ ଥିବା ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲା । ହେଲେ ଏବେ ପ୍ରଭାସଙ୍କ ବିବାହକୁ ନେଇ ନୂଆ ଖବର ଚହଳ ସୃଷ୍ଟି କରିଛି । ତେବେ ଏହି ଖବର କୁ କେହି ସ୍ୱୀକାର କରି ନଥିଲେ ବି ସାଉଥ ଇଣ୍ଡଷ୍ଟ୍ରୀରେ ଏହା ହଇଚଇ ସୃଷ୍ଟି କରିଛି । ନିହାରିକା ଜଣେ ସାଉଥ ଆକ୍ଟ୍ରେସ୍ ଏବଂ ପ୍ରଯୋଜିକା । ସୁପରଷ୍ଟାର୍ ଚିରଂଜୀବୀଙ୍କ ଝିଆରି ହେଉଛନ୍ତି ନିହାରିକା କୋନିଡେଲା । ଫିଲ୍ମ ଇଣ୍ଡଷ୍ଟ୍ରୀରେ ବି ରହିଛି ନିହାରିକାଙ୍କ ଅନେକ ଯୋଗଦାନ । ଆଉ ଏବେ ଏହି ନାୟିକା ପ୍ରଭାସଙ୍କୁ ବିବାହ କରିବା ନେଇ ଖବର ବେଶ ଚହଳ ସୃଷ୍ଟି କରିଛି । ତେବେ ଚିରଂଜୀବୀ ଏହି ଖବରକୁ ଖଣ୍ଡନ କରିଛନ୍ତି । ତଥାପି ଏହି ଖବର ଏବେ ବେଶ ଚହଳ ସୃଷ୍ଟି କରିଛି ମାୟାନଗରୀରେ । ପ୍ରଭାସ ଓ ନିହାରିକାଙ୍କ ମଧ୍ୟରେ ୧୪ ବର୍ଷର ବ୍ୟବଧାନ ରହିଛି ।