କନକ ବ୍ୟୁରୋ : ସାଉଥ ସୁପରଷ୍ଟାର ମହେଶ ବାବୁ, ଏନଟିଆର ଏବଂ ଚିରଞ୍ଜୀବୀଙ୍କ ପରେ ସୁପରଷ୍ଟାର ପ୍ରଭାସ ହାଇଦ୍ରାବାଦରେ ହୋଇଥିବା ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ବନ୍ୟା ପ୍ରପୀଡିତଙ୍କ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କରିଛନ୍ତି । ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ମାତା ବି.ଏ ରାଜୁ ଘୋଷଣା କରିଛନ୍ତି ଯେ, ହାଇଦ୍ରାବାଦର ବନ୍ୟା ପ୍ରପୀଡ଼ିତଙ୍କୁ ପ୍ରଭାସ ୧.୫ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ପ୍ରଭାସ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଥିଲେ ।
ପ୍ରଭାସଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ମହେଶ ବାବୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଥିବା ବେଳେ ସାଉଥ ସୁପରଷ୍ଟାର ଜେଆର ଏନଟିଆର ୫୦ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହା ସହ ସାଉଥ ସୁପରଷ୍ଟାର ନାଗାର୍ଜୁନ ୫୦ଲକ୍ଷ ଏବଂ ଚିରଞ୍ଜୀବୀ ୧କୋଟି ଟଙ୍କା ଦାନ କରିଛନ୍ତି । ସୂଚନା ମୁତାବକ, ହାଇଦ୍ରାବାଦରେ ହୋଇଥିବା ବନ୍ୟା କାରଣରୁ ଗତ କିଛି ଦିନ ମଧ୍ୟରେ ସହରର ପ୍ରାୟ ୩୭,୦୦୦ ରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି । ଏବେ ମ୍ୟୁନିସିପାଲିଟି କର୍ମଚାରୀ ଏବଂ ବିପର୍ଯ୍ୟୟ ମୁକାବିଲା ବଳ ପ୍ରଭାବିତ ହୋଇଥିବା ଲୋକମାନଙ୍କ ଜୀବନକୁ ସ୍ୱାଭାବିକ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।Rebel Star #Prabhas Announces A Contribution Of Rs 1 Crore 50 Lakhs To Telangana CM Relief Fund Towards Flood Relief Efforts @TelanganaCMO@KTRTRS
తెలంగాణలో వరద బాధితులకు రెబల్ స్టార్ ప్రభాస్ విరాళం 1 కోటి 50 లక్షలు pic.twitter.com/LpA6DVHZAf
— BARaju (@baraju_SuperHit) October 20, 2020
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/prabhas_640x480_41494147042-1.jpg)