କ୍ୟାମେରା ସମ୍ମୁଖକୁ ଆସିବାକୁ ଲାଜ କରୁଥିଲେ ବାହୁବଳୀ ! ଜାଣନ୍ତୁ ସୁପରଷ୍ଟାର ପ୍ରଭାସଙ୍କ ବିଷୟରେ କିଛି ଅଜଣା କଥା

63

ଭାରତୀୟ ସିନେମା ଜଗତର ଏକ ଚର୍ଚ୍ଚିତ ଫିଲ୍ମ ବାହୁବଳୀ । ଆକ୍ସନ, ରୋମାନ୍ସରେ ଭରପୂର ଏହି ଫିଲ୍ମ ସିନେପ୍ରେମୀଙ୍କୁ ଏକ ନିଆରା ଅନୁଭୂତି ଆଣି ଦେଇଥିଲା । ଏହି ଫିଲ୍ମରେ ବାହୁବଳୀ ଚରିତ୍ରରେ ଅଭିନୟ କରୁଥିବା ସାଉଥ ଷ୍ଟାର ପ୍ରଭାସ ରାତାରାତି ସିନେପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଫିଲ୍ମରେ ଦମଦାର ଆକ୍ସନ ସାଙ୍ଗକୁ ପ୍ରଭାସଙ୍କ ଜବରଦସ୍ତ ଲୁକ ଦେଖିବା ପରେ ତାଳିରେ ଫାଟି ପଡୁଥିଲା ପୂରା ହଲ୍ । କିନ୍ତୁ ଗୋଟିଏ ସମୟ ଥିଲା ପ୍ରଭାସ କ୍ୟାମେରା ସାମ୍ନାକୁ ଆସିବାକୁ ମଧ୍ୟ ଲାଜ କରୁଥିଲେ । ସିନେଜଗତରେ ଏଣ୍ଟ୍ରି କରିବା କଥା କେବେ ସେ ଭାବିନଥିଲେ । ପ୍ରଥମରୁ ସେ ଜଣେ ବଡ ବ୍ୟବସାୟୀ ହେବାର ସ୍ୱପ୍ନ ଦେଖିଥିଲେ । ସେହିଭଳି ପ୍ରଭାସଙ୍କ ବିଷୟରେ କିଛି ଅକୁହା କଥା ଆସନ୍ତୁ ଜାଣିବା ।

sahoଏକ ସାକ୍ଷାତକାର ଦେଇ ପ୍ରଭାସ କହିଛନ୍ତି, ଷ୍ଟାରଡମ କ’ଣ ସେ ପୂର୍ବରୁ ଜାଣିନଥିଲେ । କିନ୍ତୁ ବାହୁବଳୀ ଫିଲ୍ମ ପରେ ସେ ଏନେଇ ବହୁତ ସର୍ତକ ରହୁଛନ୍ତି । ଲୋକଙ୍କ ଠାରୁ ଟିକିଏ ଦୂରେଇ ଦୂରେଇ ରହିବାର କଳା ସେ ଶିଖୁଛନ୍ତି ବୋଲି କହିଥିଲେ । ତାଙ୍କ ପୂରା ପରିବାର ସିନେମା ଜଗତ ସହ ଜଡିତ ରହିଥିଲେ । ତାଙ୍କ ବାପା ଜଣେ ଫିଲ୍ମ ନିର୍ମାତା ଥିଲେ । ତେଣୁ ସେ ମଧ୍ୟ ଫିଲ୍ମ ସହ ଜଡିତ ରହିବେ ବୋଲି ସମସ୍ତେ ଭାବିଥିଲେ । ଏପରିକି ପରିବାର ତରଫରୁ ମଧ୍ୟ ତାଙ୍କୁ ଅଭିନୟରେ କ୍ୟାରିୟର କରିବାକୁ କୁହାଯାଇଥିଲା । କିନ୍ତୁ ଏସବୁକୁ ଏଡାଇ ଯାଇଥିଲେ ପ୍ରଭାସ । ଏତେ ଲୋକଙ୍କ କିପରି ଅଭିନୟ କରିବି ବୋଲି ପରିବାରବର୍ଗଙ୍କୁ ସେ ପାଲଟା ପ୍ରଶ୍ନ କରିଥିଲେ ।

ପ୍ରଥମେ ବ୍ୟବସାୟ ଆଡକୁ ମନ ବଳାଇଥିଲେ ପ୍ରଭାସ । ତାଙ୍କ କହିବା ଅନୁଯାୟୀ, ସେ ବହୁତ ଅଳସୁଆ ପ୍ରକୃତିର । ତେଣୁ ସେ କୌଣସି ସଂସ୍ଥାରେ ଚାକିରି କରି ପାରିବେ ନାହିଁ । ତେଣୁ ସେ ହୋଟେଲ ବ୍ୟବସାୟ ଆଡକୁ ମନ ବଳାଇଥିଲେ । ଯେହେତୁ ତାଙ୍କ ପରିବାରବର୍ଗ ଟିକିଏ ଖାଦ୍ୟ ପ୍ରିୟ ତେଣୁ ପ୍ରଥମେ ସେ ଏହି କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ଧୀରେ ତାଙ୍କ ମନ ପରିବର୍ତ୍ତନ ହୋଇଥିଲା ।

prabhas-story_647_092916024124ପ୍ରଭାସ କହିବା ଅନୁଯାୟୀ, ଥରେ ସେ ବାପାଙ୍କ ନିର୍ଦ୍ଦେଶିତ ଫିଲ୍ମ ଦେଖୁଥିଲେ । ଏହି ଫିଲ୍ମରେ ହିରୋ ଥିଲେ ତାଙ୍କ କକା । ଫିଲ୍ମ ଦେଖିବା ପରେ କଳାଙ୍କ ଭଳି ଅଭିନୟ କରିବାକୁ ଇଚ୍ଛା ହୋଇଥିଲା । ବାସ୍ ଏଇଠୁ ଆରମ୍ଭ ହୋଇଥିଲା ତାଙ୍କ ସିନେ କ୍ୟାରିୟର । ୨୦୦୨ ମସିହାରେ ପ୍ରଥମଥର ପାଇଁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ପ୍ରଭାସ । ତାଙ୍କର ପ୍ରଥମ ଅଭିନୀତ ଫିଲ୍ମ ଥିଲା ଇଶ୍ୱର । ପ୍ରଥମେ ଯେବେ ସେ ଅଭିନୟ କରିବାକୁ ନିଜ ସାଙ୍ଗକୁ କହିଥିଲେ ସେତେବେଳେ ତାଙ୍କର ବିଶ୍ୱାସ ହୋଇନଥିଲା । କିନ୍ତୁ ଏବେ ସେହି ସାଙ୍ଗ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ନିର୍ଦ୍ଦେଶକ ଅଛନ୍ତି । ଏହି ଆକ୍ସନ ଫିଲ୍ମରେ ପ୍ରଭାସଙ୍କ ଅପୋଜିଟରେ ରହିଛନ୍ତି ଶ୍ରଦ୍ଧା । ଏହା ମଧ୍ୟ ଶ୍ରଦ୍ଧାଙ୍କ ପ୍ରଥମ ତେଲୁଗୁ ଫିଲ୍ମ