ଫଟୋ ଉଠାଇ ଫ୍ୟାନଙ୍କଠାରୁ ଚାପୁଡା ଖାଇଲେ ‘ବାହୁବଳୀ’ ! ସୋସିଆଲ ମିଡିଆରେ ଭାଇରାଲ ହେଲା ପ୍ରଭାସଙ୍କ ଭିଡିଓ

1,311

ବହୁ ଚର୍ଚ୍ଚିତ ସିନେମା ‘ବାହୁବଳୀ’ର ସଫଳତା ପରେ ଚଳିତ ବର୍ଷ ୧୫ ଅଗଷ୍ଟ ଅବସରରେ ପ୍ରଭାସଙ୍କ ଅଭିନୀତ ଆଉ ଏକ ସିନେମା ସାହୋ ରିଲିଜ ହେବାକୁ ଯାଉଛି । ଆକ୍ସନରେ ଭରପୁର ଏହି ସିନେମାଟିକୁ ଦେଖିବା ପାଇଁ ପ୍ରଭାସଙ୍କ ଫ୍ୟାନମାନେ ଚାତକ ପରି ଚାହିଁବସିଛନ୍ତି । ଇତି ମଧ୍ୟରେ ସୋସିଆଲସ ମିଡିଆରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କର ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରଭାସଙ୍କର ଜଣେ ଫ୍ୟାନ ତାଙ୍କୁ ଦେଖି ଏତେ ମାତ୍ରାରେ ଖୁସି ହୋଇଯାଇଥିଲେ କି, ଖୁସି ଖୁସିରେ ସେ ପ୍ରଭାସଙ୍କ ଗାଲରେ ଏକ ଚାପୁଡା ଲଗାଇ ଦେଇଥିଲେ ।

ତେବେ ପ୍ରଭାସ ତାଙ୍କର ଆଗାମୀ ସିନେମା ସାହୋର ସୁଟିଂ ପାଇଁ ଲସ୍ ଏଜେଲସ୍ ଯିବା ବେଳେ ଘଟଣାଟି ଘଟିଥିବା ଜଣାପଡିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପ୍ରଭାସଙ୍କର ଏହି ଭିଡିଓରେ ଦେଖିବାକୁ ମିଳିଛି କି, ପ୍ରଭାସଙ୍କୁ ହଠାତ୍ ଅତି ନିକଟରେ ଦେଖି ଜଣେ ଫ୍ୟାନ ଅତ୍ୟନ୍ତ ଉତ୍ସାହିତ ହୋଇପଡିଥିଲେ । ସେ ତାଙ୍କ ସହ ଏକ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ । ଏହାପରେ ପ୍ରଭାସ ମଧ୍ୟ ତାଙ୍କ କଥାରୁ ଟାଳିପାରିନଥିଲେ ଏବଂ ଫଟୋ ଉଠାଇବାକୁ ପୋଜ୍ ଦେଇ ଦେଇଥିଲେ ।

କିନ୍ତୁ ଫଟୋ ଉଠାଇ ସାରିବା ପରେ ଫ୍ୟାନ ଜଣଙ୍କର ମନ ଭରିନଥିଲା ଆଉ ସେ ପ୍ରଭାସଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ ହାତ ପ୍ରଭାସଙ୍କ ଗାଲରେ ଟିକେ ଜୋରରେ ଲାଗିଯାଇଥିଲା ।