ଦେବସେନାଙ୍କ ହାତ ଧରିବେ ବାହୁବଳୀ ! ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ପ୍ରଭାସ ଓ ଅନୁଷ୍କା

69

ବିବାହ କରିବେ ବାହୁବଳୀ । ଧରିବେ ରିଲ୍ ଲାଇଫ୍ ଦେବସେନାଙ୍କ ହାତ । ପ୍ରଭାସ ଏବଂ ଅନୁଷ୍କା ସେଟ୍ଟୀଙ୍କ ଜୀବନରେ ଆସିବାକୁ ଯାଉଛି ଗୋଲାପୀ ମୋଡ । ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ପ୍ରଭାସ ଏବଂ ଅନୁଷ୍କା । ମିଳିଥିବା ଖବର ଅନୁସାରେ, ଚଳିତ ବର୍ଷ ଶେଷ ସୁଦ୍ଧା ରିଲର ଏହି ସୁପରହିଟ୍ ଯୋଡି ନିର୍ବନ୍ଧ କରିବେ ।

prabhas-anushka-shetty-in-mirchi_ffa4132a-61f6-11e7-89bd-50891d422d4cତେବେ ଏହି ପ୍ରେମୀ ଯୁଗଳଙ୍କ ପାଖରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ବାହୁବଳୀ ସିନେମା ପୂର୍ବରୁ ମଧ୍ୟ ଉଭୟଙ୍କର ଲଭ୍ ଷ୍ଟୋରୀ ଚାଲିଥିବା ଶୁଣିବାକୁ ମିଳିଥିଲା । ମାତ୍ର ଏହି ପ୍ରେମୀ ଯୁଗଳ ନିଜ ସଂପର୍କକୁ କେବେ ସ୍ୱୀକାର କରିନାହାଁନ୍ତି । କିନ୍ତୁ ଏବେ ଉଭୟଙ୍କ ବିବାହ ଖବର ଜଣାପଡିବା ପରେ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି ।

ହେଲେ ଖବରଟି ଗୁଜବ କି ସତ ଏଯାଏଁ ଜଣା ପଡିନାହିଁ । ଏହା ପୂର୍ବରୁ ଅନେକ ଥର ପ୍ରଭାସଙ୍କ ବିବାହକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ଜଣେ ଇଞ୍ଜିନିୟର୍ ଯୁବତୀଙ୍କୁ ପ୍ରଭାସ ବିବାହ କରିବେ ବୋଲି ମଧ୍ୟ ଖବର ଆସିଥିଲା । ବାହୁବଳୀ ସିନେମା ପରେ ପ୍ରଭାସଙ୍କ ନିକଟକୁ ପ୍ରାୟ ୬୦୦୦ ବିବାହ ପ୍ରସ୍ତାବ ଆସିଥିଲା । କିନ୍ତୁ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ପ୍ରଭାସ ।