ପ୍ରଭାସ ଓ ଅକ୍ଷୟଙ୍କ ଫିଲ୍ମର ମହାସଂଗ୍ରାମ : ଗୋଟିଏ ଦିନରେ ‘ମହାପୁରୁଷ’ ଓ ‘ରକ୍ଷାବନ୍ଧନ’

159

କନକ ବ୍ୟୁରୋ: ଖୁବ୍ ଶିଘ୍ର ଖୋଲିବ ମୁମ୍ବାଇ ନଗରୀର ସିନେମା ହଲ ଓ ଥିଏଟର । ମହାରାଷ୍ଟ୍ର ସରକାର ଏହା ଘୋଷଣା କରିବା ପରେ ଫିଲ୍ମ ଅଭିନେତା ଓ ପ୍ରଯୋଜକ ସେମାନଙ୍କ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିବାକୁ ବିଳମ୍ବ କରିନାହାଁନ୍ତି ।
ଅକ୍ଟୋବର ୨୨ ତାରିଖରେ ଖୋଲିବ ମହରାଷ୍ଟ୍ରର ସମସ୍ତ ସିନେମା ହଲ ଓ ଥିଏଟର । ମହାରାଷ୍ଟ୍ର ସରକାରଙ୍କ ଏହି ଘୋଷଣା ସହ ଦୀର୍ଘ ଦେଢ ବର୍ଷ ପରେ ବଲିଉଡ ଜଗତ ଆଶ୍ୱସ୍ତ ହୋଇଛି । ଏହି ଖୁସି ଖବର ସହ ଅନେକ ବଡ ବଜେଟର ଫିଲ୍ମ ରିଲିଜ୍ର ଡେଟ୍ ବି ଘୋଷଣା ହୋଇଛି ।

ଏହି କ୍ରମରେ ଅକ୍ଷୟ କୁମାରଙ୍କ ‘ରକ୍ଷାବନ୍ଧନ’ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ‘ ଆଦିମାନବ’ର ରିଲିଜ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ବଡ କଥା ହେଉଛି ଦୁିଟି ଯାକ ଫିଲ୍ମ ଗୋଟିଏ ଦିନରେ ରିଲିଜ୍ ହେବ । ଅକ୍ଷୟ କୁମାର ଓ ଭୂମି ପଡନେକରଙ୍କ ଅଭିନୀତ ‘ରକ୍ଷାବନ୍ଧନ’ , ପ୍ରଭାସ,ସୈଫ୍ ଅଲ୍ଲି ଖାନ୍ ଓ ଶୃତି ସେନନ୍ଙ୍କ ଅଭିନୀତ ଫିଲ୍ମ ‘ଆଦିମାନବ’ ପାଇଁ ଏହାର ନିର୍ମାତା ମାନେ ଗୋଟିଏ ହେଟ୍ ଲକ୍ କରିଛନ୍ତି । ଏହି ଦୁଇଟି ଫିଲ୍ମ ୨୦୨୨ ଅଗଷ୍ଟ ୧୧ ତାରିଖରେ ରିଲିଜ୍ ହେବ । ତେଣୁ ଏହି ଦୁଇ ଫିଲ୍ମ ଭିତରେ କଡା ଟକ୍କର ହେବ ବୋଲି କୁହାଯାଉଛି । ‘ଆଦିପୁରୁଷ’ ହିନ୍ଦି ବ୍ୟତୀତ ତାମିଲ ତେଲୁଗୁ, କନ୍ନଡ ଓ ମାଲୟାଲାମ ଭାଷାରେ ରିଲିଜ୍ ହେବ ।

ଅନ୍ୟପଟେ ରୋହିତ ସେଟ୍ଟିଙ୍କ ବହୁ ପ୍ରତିକ୍ଷିତ , ଅକ୍ଷୟ କୁମାରଙ୍କ ଅଭିନୀତ ପୋଲିସ୍ ଆକ୍ସନ୍ ଡ୍ରାମା ମୁଭି ‘ସୂର୍ଯ୍ୟବଂଶୀ’ ଦିପାବଳୀ ଉପଲକ୍ଷେ ରିଲିଜ ହେବ ବୋଲି ଘୋଷଣା ହୋଇଛି । ସିନେମା ଘର ଗୁଡିକ ଖୋଲା ହୋଇଥିଲେ ବି ଏଠାରେ କୋଭିଡ ନିୟମକୁ କଡାକଡି ମାନିବା ଉପରେ ଗୁରୁତ୍ୱ ଦେବାକୁ ମହାରାଷ୍ଟ୍ର ସରକାର ଟକିଜ୍ ମାଲିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।