ବାହୁବଳୀଙ୍କ ପ୍ରକୃତି ପ୍ରେମ – ୧,୬୫୦ ଏକର ଜଙ୍ଗଲ ଜମିକୁ ପୋଷ୍ୟ ଭାବେ ଗ୍ରହଣ କଲେ ସାଉଥ ସୁପର ଷ୍ଟାର ପ୍ରଭାସ

290

କନକ ବ୍ୟୁରୋ : ରିଲ୍ ଲାଇଫର ହିରୋ ରିୟଲ ଲାଇଫରେ ଏଭଳି କିଛି କାମ କରନ୍ତି, ଯାହାକି ଆମମାନଙ୍କୁ ପ୍ରେରଣା ଦେଇଥାଏ । ସେହିପରି ଏଭଳି କିଛି କାମ କରି ଏବେ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସାଉଥ ହିରୋ ବାହୁବଳୀ ପ୍ରଭାସ ।

୧,୬୫୦ ଏକର ଜଙ୍ଗଲ ଜମିକୁ କରିବେ ବିକଶିତ
ପ୍ରଭାସ ହାଇଦ୍ରାବାଦର ଆଉଟରିଙ୍ଗ ରୋଡ୍ ନିକଟରେ ଗ୍ରୀନ ଚ୍ୟାଲେଞ୍ଚକୁ ସଫଳ କରିବାକୁ ଲାଗି ପଡିଛନ୍ତି । ଏଠାରେ ସେ ୧,୬୫୦ ଏକର ଜଙ୍ଗଲ ଜମିର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ସେ ଜଙ୍ଗଲ ଅଧିକାରୀଙ୍କୁ ୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ପ୍ରଭାସ ଗ୍ରହଣ କରିଥିବା ଏହି ଜମି ସହରଠାରୁ ୨୦ କିଲୋମିଟର ଦୂରରେ ଥିବା ଡୁଣ୍ଡିଗାଲ ନିକଟରେ ରହିଛି । ଅଧିକାରୀଙ୍କ କହିବାନୁଯାୟୀ ଏହି ଜଙ୍ଗଲ ଔଷଧିୟ ଉଦ୍ଭିଦ ପାଇଁ ବେଶ ଜଣାଶୁଣା ।
ଜଙ୍ଗଲ ଜମିରେ ହେବ ଇକୋ-ପାର୍କ
ତେବେ ପ୍ରଭାସ ଗ୍ରହଣ କରିଥିବା ଏହି ଜମି ସହରି ଇକୋ-ପାର୍କ ଭାବେ ବିକଶିତ ହେବ । ଏହାସହ ପ୍ରଭାସଙ୍କ ପିତା ୟୁଭି ସୂର୍ଯ୍ୟ ନାରାୟଣଙ୍କ ସ୍ମୃତିରେ ଏହାର ନାମକରଣ କରାଯିବ ବୋଲି ସୂଚନା ମିଳିଛି । ଏହାର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ପାର୍କ ଗେଟ୍, ପାଚେରୀ, ଟ୍ରାକ ଓ ଭ୍ୟୁ-ପଏଣ୍ଟ ନିର୍ମାଣ କରାଯିବ ।
ରିଲ୍ ପରେ ଏବେ ରିୟଲ ଲାଇଫ
ପ୍ରଭାସଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଭାସଙ୍କ ବାହୁବଳୀ ଫିଲ୍ମରେ ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ଓ ମୂଲ୍ୟବାନ ଗଛ ଲତାକୁ ସ୍ଥାନିତ କରାଯାଇଥିଲା । ଯାହାକୁ ଏବେ ନିଜେ ପ୍ରଭାସ ରିୟଲ ଲାଇଫରେ ବଞ୍ଚାଇବାକୁ ଯାଉଛନ୍ତି । ତେବେ ପ୍ରଭାସଙ୍କ ଏଭଳି କାମ ସାଧାରଣ ଲୋକଙ୍କ ସ୍ୱାସ୍ଥ୍୍ୟ ସହିତ ଜଡିତ ।