କନକ ବ୍ୟୁରୋ : ସେହି ଶେଷ ୬ ସେକେଣ୍ଡ । ଯାହା ଭାରତୀୟ ପୁରୁଷ ହକି ଦଳକୁ ଅଲିମ୍ପିକ୍ସରେ ପୋଡିୟମ ଫିନିସ କରିବାକୁ ସୁଯୋଗ ଦେଇଥିଲା । ଶେଷ ୬ ସେକେଣ୍ଡରେ କଣ ହେବ ତାହା ଉପରେ ପୂରା ଦେଶର ନଜର ରହିଥିଲା । କିନ୍ତୁ ଜର୍ମାନୀର ପେନାଲ୍ଟି କର୍ଣ୍ଣରକୁ ଅଟକାଇ ଭାରତକୁ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଭେଟି ଦେଇଥିଲେ ଗୋଲକିପର ପି.ଆର ଶ୍ରୀଜେଶ । ସେତେବେଳେ ଶ୍ରୀଜେଶଙ୍କୁ ଭାରତର ଦ ୱାଲ ଭାବେ ପରିଚୟ ମିଳିଲା । କିଏ ସଙ୍କଟମୋଚକ କହିଲା ତ ପୁଣି କିଏ ପଦକ ବିଜୟ ପଛର ପ୍ରକୃତ ହିରୋର ଟ୍ୟାଗ୍ ଦେଲା । ପୂରା ଦେଶ ଶ୍ରୀଜେଶଙ୍କୁ ପ୍ରଂଶସାରେ ପୋତି ପକାଇଲେ । କିନ୍ତୁ ପଡିଆ ଭିତରେ ସେହି ଶେଷ ୬ ସେକେଣ୍ଡରେ ଶ୍ରୀଜେଶ କଣ ଭାବୁଥିଲେ ତାହା ଓଡ଼ିଶାରେ ବଖାଣିଛନ୍ତି ।
ସେହି ଶେଷ ୬ ସେକେଣ୍ଡ । ପଡିଆ ଭିତରେ କଣ ଭାବୁଥିଲେ ଶ୍ରୀଜେଶ, ଓଡ଼ିଶାରେ ପହଞ୍ଚି ପରଦା ହଟାଇଲେ ଭାରତୀୟ ପୁରୁଷ ହକି ଦଳର ଗୋଲକିପର ।
Advertisment
Follow Us