ଲୋକାୟୁକ୍ତରେ ହାଜର ହେଲେ ଆଇଏଏସ ହେମନ୍ତ ଶର୍ମା । ମାସ୍କ କିଣା ଦୁର୍ନୀତି ମାମଲାରେ ଥାନାରେ ହୋଇଥିଲା ଏତଲା

369

କନକ ବ୍ୟୁରୋ : ଲୋକାୟୁକ୍ତରେ ହାଜର ହେଲେ ବରିଷ୍ଠ ଆଇଏଏସ ହେମନ୍ତ କୁମାର ଶର୍ମା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପିପିଇ କିଟ୍୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ତାଙ୍କୁ ହାଜର କରାଯାଇଛି । ଆଇଏଏସ ହେମନ୍ତ ଶର୍ମା ତକ୍ରାଳୀନ କ୍ରୟ କିମିଟିର ଅଧ୍ୟକ୍ଷ ରହିଥିଲେ । ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ମଧ୍ୟ ହାଜର ହୋଇଛନ୍ତି ।

ଗତ ଜୁନ ମାସରେ ମାସ୍କ କିଣା ଦୁର୍ନୀତି ମାମଲାରେ ଆଇଏଏସ ହେମନ୍ତ୍ ଶର୍ମାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା ଓଡିଶା ସୂଚନା ଅଧିକାରୀ ଅଭିଯାନ । ଏହାପରେ କୋଭିଡ-୧୯ ପରଚେଜ୍ କିମିଟିରୁ ଆଇଏଏସ୍୍ ହେମନ୍ତ ଶର୍ମାଙ୍କୁ ବାଦ ଦିଆଯାଇଥିଲା । କରୋନା ମୁକାବିଲା ସରଞ୍ଜାମ କିଣିବା ପାଇଁ ରାଜ୍ୟ ସରକାର ତାଙ୍କୁ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ସହିତ କୋଭିଡ-୧୯ର ଏହି ଗୁରୁଦାୟିତ୍ୱକୁ ବୁଝୁଥିଲେ ହେମନ୍ତ ଶର୍ମା

ଅନ୍ୟପକ୍ଷରେ ହେମନ୍ତ ଶର୍ମା ଓ ତୃତୀୟ ମହଲାର ସମସ୍ତେ ଏଥିରେ ସଂପୃକ୍ତି ଥିବା ଅଭିଯୋଗ କରିଥିଲା ଓଡିଶା ସୂଚନା ଅଧିକାରୀ ଅଭିଯାନ । ୩୦ ଲକ୍ଷ ମାସ୍କ କେବଳ ୧୦ ଟଙ୍କାରେ କିଣା ହୋଇପାରିବ ବୋଲି ନିର୍ଦ୍ଦେଶ ଆସିଥିଲା । ହୋଲସେଲରେ ୧୦ ଟଙ୍କାରେ କିଣାଯାଇ ରିଟେଲର ପ୍ରାଇସରେ ୧୬ ଟଙ୍କାରେ ବିକ୍ରି ହେବ ବୋଲି କେନ୍ଦ୍ରରୁ ଚିଠି ଆସିଥିଲା । ହେଲେ ଯେଉଁ ଦୁଇଗୁଣା ଦରରେ ମାସ୍କ କିଣା ହେଲା ସେଥିରୁ ଲାଭ କିଏ ପାଇଲା ବୋଲି ପ୍ରଶ୍ନ ମଧ୍ୟ କରିଥିଲା ଓଡିଶା ସୂଚନା ଅଧିକାରୀ ଅଭିଯାନ ।