କନକ ବ୍ୟୁରୋ : ପାଗଳ ଦେହରେ ପିପିଇ କିଟ୍ । ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲାର ରାଇକିଆ ଓ ଜି.ଉଦୟଗିରି ଅଂଚଳରୁ । ରାସ୍ତାରେ ପଡ଼ିଥିବା ବ୍ୟବହୃତ ପିପିଇ କିଟକୁ ପାଗଳଜଣକ ପରିଧାନ କରି ବିଭିନ୍ନ ଅଂଚଳ ଘୁରି ବୁଲୁଥିବାରୁ ସ୍ଥାନିୟ ଅଂଳଚରେ ଆତଙ୍କର ମାହୋଲ ଖେଳିଯାଇଛି । ଦିନ ତମାମ୍ ଏହି ବ୍ୟକ୍ତିଜଣକ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘୁରି ବୁଲୁଛି ।
ରାଇକିଆର ବ୍ଲକ୍ର ଗାମଣ୍ଡି ଅଂଚଳରେ ଏହି ବ୍ୟକ୍ତି ଜଣକ ବୁଲୁଥିବା ଦେଖି, ଲୋକମାନେ ଏକତ୍ରିତ ହୋଇ ତାକୁ ସେଠାରୁ ତଡ଼ି ଦେଇଥିଲେ । ମାନସିକ ଭାରସାମ୍ୟ ହରାଇଥିବା ଏହି ବ୍ୟକ୍ତି ଜଣକ କେଉଁଠୁ ଏହି ପିପିଇ କିଟ୍ ପାଇଲା ତାକୁ ନେଇ ଭିନ୍ନ ଭିନ୍ନ କଥା କହୁଯାଉଛି । କିନ୍ତୁ ପ୍ରଶ୍ନ ହେଉଛି- ବ୍ୟବହାର ହୋଇଥିବା ଏହି ପିପିଇ କିଟ୍କୁ କିଭଳି ଓ କେଉଁ ପରିସ୍ଥିତିରେ ବାହାରେ ଫିଙ୍ଗା ଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/27-3.jpg)