ସାବଧାନ ଚୀନ, ପାକିସ୍ତାନ ! ଭାରତ ପାଖରେ ରହିଛି ଦୁନିଆକୁ ଧ୍ୱଂସ କରିଦେବା ଭଳି ଅସ୍ତ୍ର, କୌଣସି ସମୟରେ ବି ଶତ୍ରୁକୁ ଦେଇପାରେ ମାତ ।

43

ଭାରତୀୟ ସେନା ଏବେ ସମସ୍ତ କ୍ଷେତ୍ରରେ ଆଗୁଆ ରହିଛି । ଅନ୍ୟ ଦେଶର ସୈନ୍ୟମାନଙ୍କ ଅପେକ୍ଷା ଭାରତୀୟ ସେନା ଏବେ ଅଧିକ ଶକ୍ତିଶାଳି ହୋଇ ଉଠିଛି । ୧୯୬୨ରେ ଭାରତ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ହାରିଯାଇଥିଲା ସତ କିନ୍ତୁ ଏବେ ଚୀନ ଠାରୁ ଭାରତ ଅଧିକ ଶକ୍ତିଶାଳି ହୋଇଯାଇଛି । ତେବେ ଆସନ୍ତୁ ଭାରତୀୟ ସେନାର ସେହି ୨୦ଟି ବ୍ରହ୍ମାସ୍ତ୍ର ବିଷୟରେ ଜାଣିବା ଯାହା ଶତ୍ରୁ ମାନଙ୍କୁ ଭୟଭିତ କରିବାର ତାକତ ରଖୁଛି ।

ଏସୟୁ-୩୦ଏମକେଆଇ ଲଢ଼ାକୁ ବିମାନ :

ଋଷ ସାହାଯ୍ୟରେ ତିଆରି କରାଯାଇଥିଲା ଏହି ଫାଇଟର ଜେଟ କୌଣସିବି ପରିସ୍ଥିତିରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହାଇ ରହିଥାଏ । ଆଜିର ତାରିଖରେ ଏୟାରଫୋର୍ସ ପାଖରେ ୨ ଶହରୁ ଅଧିକ ସୁଖୋଇ-୩୦ ବିମାନ ରହିଛି ଯାହା ୨୧ଶହ କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ ଲଢ଼ିପାରିଥାଏ ।

ବ୍ରାହ୍ମୋସ ମିସାଇଲ :

ବ୍ରାହ୍ମୋସ ମିସାଇଲ କୁ ସୁପରସୋନିକ କ୍ରୁଜ ମିସାଇଲ ଭଳି ଗେମ୍ ଫିନିସର ମଧ୍ୟ କୁହାଯାଏ । ଏହାକୁ ଭାରତ ଓ ଋଷ ମିଳିତ ଭାବେ ତିଆରି କରିଛନ୍ତି । ଏହି ମିସାଇଲକୁ ପଣ୍ଡୁବି, ଯାହାଜ, ଏୟାରକ୍ରାପ୍ଟ ଏବଂ ପୃଥିବୀ ପୃଷ୍ଠରୁ ମଧ୍ୟ ଲଞ୍ଚ କରାଯାଇ ପାରିବ । ଅପରେସନ ମାମଲାରେ ଏହାକୁ ସବୁଠାରୁ ଖତରନାକ ମିସାଇଲ ବୋଲି କୁହାଯାଇଥାଏ । ଏହି ମିସାଇଲ ୩ଶହ କିଲୋର ବଷ୍ପୋରକ ସାଥିରେ ନେଇଯିବା ସହ ତିନି ଶହ କିଲୋମିଟର ପର୍ଯ୍ୟନ୍ତ ଧ୍ୱନ୍ସ କରିବାର କ୍ଷମାତା ମଧ୍ୟ ରଖିଥାଏ ।

ଅର୍ଜୁନ ମାର୍କ- ଆଇଆଇ :

ଏହା ଭାରତର ମୂଖ୍ୟ ଯୁଦ୍ଧ ଟ୍ୟାଙ୍କ ଭାବେ ପରିଚିତ । ଏହା ଅର୍ଜୁନ ଟ୍ୟାଙ୍କର ଅତ୍ୟାଧୁନିକ ତୃତୀୟ ଜେନେରେସନ ଟ୍ୟାଙ୍କ ଅଟେ । ଏହି ଟ୍ୟାଙ୍କ ଯେକୌଣସି ବି ପରିସ୍ଥିତିରେ ଶତ୍ରୁ ସହ ଲଢିବା ପାଇଁ ପ୍ରସ୍ତୁତ ହୋଇ ରହିଥାଏ । ଏହା ଉପରେ ଏକ ରିମୋର୍ଟ କଣ୍ଟ୍ରୋଲ ମେସିନ ଗନ ଲଗାଯାଇଛି । ସେନାରେ ଏହାକୁ ଦିବାର କୁହାଯାଇଥାଏ । ଯାହାକୁ ଭେଦ କରିବା ଶତ୍ରୁଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ସେହି ଭଳି ଭାରତାୟ ସେନାଙ୍କ ପାଖରେ ଆଇଏନଏସ ବିକ୍ରମାଦିତ୍ୟ, ଆଇଏନଏସ ଚକ୍ର, ଅଗ୍ନୀ-୫, ଫାଲ୍କନ ଅବାସ୍କ, ଆଇଏନଏସ ବିକ୍ରାନ୍ତ, ବରାକ-୮, ଗ୍ଲାଇଡ ବମ, ପି-୮୧, ନାଗ ମିସାଇଲ କରିୟର, ଆଇଏନଏସ କଲିକତା, ପିଏଡି ସିଷ୍ଟମ, ପିନାକା ମିସାଇଲ ଲଞ୍ଚର, ଆଇଏନଏସ ଅରିହଂତ, ପୃଥ୍ୱୀ-୩, ଆଇଏନଏସ କଲବରୀ ସବମରିନ୍, ଏଲଟିଏ ତେଜସ ଏବଂ ଆକାଶ ଭଳି ଖତରନାକ ବ୍ରହ୍ମାସ୍ତ୍ର ଭାରତୀୟ ସେନାଙ୍କ ପାଖରେ ରହିଛି । ଯହା ଶତ୍ରୁ ମାନଙ୍କୁ ନିପାତ କରିବା ପାଇଁ କାଫି ଅଟେ ।