କନକ ବ୍ୟୁରୋ: ରବିବାର ପପୁଆ ନ୍ୟୁ ଗିନି ଓ ଇଣ୍ଡୋନେସିଆରେ ଭୂମିକମ୍ପର ଭୀଷଣ ଝଟକା ଅନୁଭୂତ ହୋଇଛି । ଅବଶ୍ୟ ରିକ୍ଟର ସ୍କେଲରେ ଦୁଇଟି ସ୍ଥାନରେ ଭୂକମ୍ପର ତୀବ୍ରତା ଭିନ୍ନ ଭିନ୍ନ ରହିଛି । ପପୁଆ ନ୍ୟୁଗିନିରେ ଭୂମିକମ୍ପର ତୀବ୍ରତା ୭.୭ ଥିବାବେଳେ ଇଣ୍ଡୋନେସିଆରେ ୬.୦ ମ୍ୟାଗ୍ନିଚ୍ୟୁଡ୍ ରହିଥିବା ଜଣାପଡିଛି ।

Advertisment

ଏଯାଏଁ କ୍ଷୟକ୍ଷତିର କୌଣସି ତଥ୍ୟ ମିଳିପାରି ନାହିଁ । ଆମେରିକା ଜିଓଲୋଜିକାଲ ସର୍ଭେର ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ୯ଟା ୪୦ ଅନୁସାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୫୦-୬୦ କିମି ଥିଲା । ତେବେ ଭୂମିକମ୍ପ ପରେ ସୁନାମି ଆସିବା ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନା ମୁତାବକ, ପପୁଆ ନ୍ୟୁଗିନି ନ୍ୟୁଗିନି ଦ୍ୱୀପର ପୂର୍ବ ପ୍ରାନ୍ତରେ ଅବସ୍ଥିତ । ଏହାର ପୂର୍ବରେ ଇଣ୍ଡୋନେସିଆ ଓ ଉତ୍ତରରେ ପୂର୍ବ ଅଷ୍ଟ୍ରେଲିଆ ରହିଛି ।