କନକ ବ୍ୟୁରୋ: ଆଫାଗାନିସ୍ତାନରେ ବାରମ୍ବାର ମସଜିଦ ଗୁଡିକୁ ଟାର୍ଗେଟ କରାଯାଉଛି । ରାଜଧାନୀ କାବୁଲରେ ଶୁକ୍ରବାର ସନ୍ଧ୍ୟା ସମୟରେ ବିସ୍ଫୋରଣ ଘଟି ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଏଠିକାର ଏକ ସୁନି ମସଜିଦରେ ଘଟିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।
ତାଲିବାନର କହିବା ମୁତାବକ, ବିସ୍ଫୋରଣରେ ପ୍ରାଣ ହରାଇଥିବା ନାଗରିକ ମସଜିଦକୁ ନମାଜ ପଢିବାକୁ ଆସିଥିଲେ । ଏହି ଘଟଣାରେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୨୧ ତାରିଖରେ ଆଫଗାନିସ୍ତାନର ଏକ ମସଜିଦରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି । ଏହା ପୂର୍ବରୁ ମଧ୍ୟ ଏପ୍ରିଲ ୧୯ ତାରିଖରେ କାବୁଲ ର ଏକ ସ୍କୁଲ ନିକଟରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ଏଥିରେ ୬ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ ।
ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ବାରମ୍ବାର ବିସ୍ଫୋରଣ ଘଟଣା ସାମନାକୁ ଆସୁଛି । ୨୦୨୧ରେ ଏକାଧିକ ଥର ବିସ୍ଫୋରଣ ଘଟି ଅନେକ ଧନଜୀବନ ନଷ୍ଟ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/11-36.jpg)