କନକ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ପାପ୍ୟୁଆ ନିଉ ଗିନି ସୁଦୂର ନିଉ ବ୍ରିଟେନ୍ ଦ୍ୱୀପ ଅନ୍ତର୍ଗତ ରାବାଉଲ୍ ନିକଟରେ ଏକ ଶକ୍ତିଶାଳୀ ଓ ଅଗଭୀର ଭୂମିକମ୍ପ ସଂଘଠିତ ହୋଇଛି । ସେତେବେଳେ ସହରର ବାସିନ୍ଦାମାନେ ଶୋଇଥିଲେ । ରିକ୍ଟର୍ ସ୍କେଲ୍ରେ ୭.୫ ତୀବ୍ରତାସମ୍ପନ୍ନ ଏହି ଭୂମିକମ୍ପ ଯୋଗୁଁ ସୁନାମି ଆଶଙ୍କା ସୃଷ୍ଟି କରିଥିଲେ ବି ସ୍ଥାନୀୟ ସରକାରୀ କର୍ମଚାରୀମାନେ କହିଛନ୍ତି କି, ସମୁଦ୍ରରେ ଢେଉ ଉଠି ନାହିଁ, ବା କେହି ମୃତାହତ ହୋଇଥିବା ଖବର ଏ ପର୍ଯ୍ୟନ୍ତ ପହଞ୍ଚି ନାହିଁ ।
ପୁଲିସ ସର୍ଜେଣ୍ଟ୍ ଫ୍ରାଙ୍କ୍ କିଲାଉର୍ ଥାନାରୁ ଟେଲିଫୋନ୍ କରି କହିଛନ୍ତି ଯେ ଭୂମିକମ୍ପ ଖୁବ୍ ଶକ୍ତିଶାଳୀ ଥିବାରୁ ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା । ଏବେ ଆମେ କ୍ଷୟକ୍ଷତି ସଂକ୍ରାନ୍ତ କୌଣସି ରିପୋର୍ଟ ପାଇ ନାହୁଁ । ସମୁଦ୍ର ମଧ୍ୟସ୍ଥ ଏହି ଭୂମିକମ୍ପ ରାବାଉଲ୍ର ପୂର୍ବକୁ ୫୦ କିଲୋମିଟର ଦୂର ଭୂଗର୍ଭର ମାତ୍ର ୧୦ କିଲୋମିଟର ଅଭ୍ୟନ୍ତରରେରେ ରାତି ୧୧ଟା ପୂର୍ବରୁ ସଂଘଠିତ ହୋଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍ ସର୍ଭେ କହିଛି ।