କନକ ବ୍ୟୁରୋ : ଭୟଙ୍କର ଭୂମିକମ୍ପରେ ଥରିଲା ମରକ୍କୋ । ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପ ହୋଇଛି । ରାତି ପାଖାପାଖି ୧୧ଟା ସମୟରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆହୁରି ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଭୂମିକମ୍ପ ଯୋଗୁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି ।

Advertisment

ଭୂମିକମ୍ପ ଯୋଗୁ ଅନେକ ଲୋକ ଆହତ ହୋଇଛନ୍ତି । ଭୁମିକମ୍ପର କେନ୍ଦ୍ର ମରୋକୋ ମରାକେଶ ସହରର ୭୦ କିଲୋମିଟର ଦୂରରେ ବୋଲି ଜଣାପଡ଼ିଛି । ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଥିଲା । ଲୋକେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ । ମରାକେଶରଠାରୁ ପାଖାପାଖି ୩୫୦ କିଲୋମିଟର ଦୂର ରାଜଧାନୀ ରବାତରେ ମଧ୍ୟ ଲୋକେ ଭୂମିକମ୍ପ ଅନୁଭବ କରିଥିଲେ ।