ପ୍ରବଳ ଗରମ ଓ ଗୁଳୁଗୁଳି ସାଙ୍ଗକୁ ପାୱାରକଟ୍। ସୋର ଡାକ୍ତରଖାନାରେବିଜୁଳି ଚାଲିଗଲେ ସନ୍ତୁଳି ହେଉଛନ୍ତି ରୋଗୀ

ପ୍ରବଳ ଗରମ ଓ ଗୁଳୁଗୁଳି ସାଙ୍ଗକୁ ପାୱାରକଟ୍। ସୋର ଡାକ୍ତରଖାନାରେବିଜୁଳି ଚାଲିଗଲେ ସନ୍ତୁଳି ହେଉଛନ୍ତି ରୋଗୀ

କନକ ବ୍ୟୁରୋ: ପ୍ରବଳ ଗରମ ଓ ଗୁଳୁଗୁଳି ସାଙ୍ଗକୁ ପାୱାରକଟ୍ । ଡାକ୍ତରଖାନାରେ ବିଜୁଳି ଚାଲିଗଲେ ସନ୍ତୁଳି ହେଉଛନ୍ତି ରୋଗୀ । ବାଲେଶ୍ୱର ଜିଲ୍ଲା ସୋର ମେଡ଼ିକାଲ ପାୱାରକଟ୍ ହେବା ପରେ ବିଂଚଣା ଧରି ବିଂଚି ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ଏହି ଡାକ୍ତରଖାନା ଉପରେ ୫ଟି ବ୍ଲକର ଜନସାଧାରଣ ନିର୍ଭର କରୁଥିବା ବେଳେ ମେଡ଼ିକାଲରେ ପାୱାରକଟ୍ ଲୋକଙ୍କୁ କଲବଲ କରୁଛି ।

ସୁରକ୍ଷିତ ମାତୃତ୍ୱ ଓ ଆଶ୍ୱାସନା ଗୃହ ପରିସରରେ ବିଦ୍ୟୁତ୍ ନଥିବାରୁ ନବଜାତ ଶିଶୁ ଏବଂ ତାଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତେବେ ଏନେଇ ମେଡିକାଲ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe