କନକ ବ୍ୟୁରୋ : ବିଜୁଳିର ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇବ ବିଜେପି । ଆସନ୍ତା ୧୪ ତାରିଖରୁ ୨୦ ତାରିଖ ଯାଏଁ ୭ ଦିନ କାଳ ବିଜୁଳି ଯୋଗାଣ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରତିବାଦ କରିବ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । କହିଛନ୍ତି, କୋରାନ କାଳରେ ସେବା କମ ଟିକସ ଅଧିକ ।
ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜୁଳି ପରିଚାଳନା ଯୋଗୁଁ ୟୁନିଟ ପିଛା ବିଦ୍ୟୁତ ଦର ୩୦ ପଇସା ଓ ୫୦ ପଇସା ବଢିଛି । ଏସଡିଆରଏଫରେ ଥିବା ଟଙ୍କା ବାତ୍ୟା ସମୟରେ ବିଦ୍ୟୁତ ଭିତିଭୂମୀ ଲାଗି ଖର୍ଚ୍ଚ ହୋଇଛି । କେତେ ଖର୍ଚ୍ଚ ହୋଇଛି? କେଉଁଠି ଖର୍ଚ୍ଚ ହୋଇଛି? ତା ଉପରେ ଶ୍ୱେତପତ୍ର ଜାରି କରିବାକୁ ଦାବି କରିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/34-4.jpg)