କନକ ବ୍ୟୁରୋ : ବାତ୍ୟା ଫୋନିର ତାଣ୍ଡବ ପରେ ଉପକୂଳ ଓଡିଶାରେ ବିଦ୍ୟୁତ ସେବା ବ୍ୟାହାତ ହୋଇଛି । ବିଦ୍ୟୁତ ସମସ୍ୟା ନେଇ ସୂଚନା ଓ ଲୋକସମ୍ପର୍କ ସଚିବ ସମୀକ୍ଷା କରିଛନ୍ତି । ବିଦ୍ୟୁତ ଯୋଗାଣ ପାଇଁ ଜୋରସୋରରେ କାମ ଚାଲିଥିବା ସେ କହିଛନ୍ତି । ଯେତିକି ଟାର୍ଗେଟ୍ ରହିଛି ତାଠାରୁ ଅଧିକ କାମ କରାଯାଉଛି । ତେବେ ସବୁଠାରୁ ବଡ କଥା ହେଉଛି ବାତ୍ୟା ପରଠାରୁ ଅନ୍ଧାରରେ ରହିଛି ପୁରୀ ବଡଦାଣ୍ଡ । ସଚିବ କହିଛନ୍ତି, ଆସନ୍ତା ୧୨ ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡରେ ବିଜୁଳି ଯୋଗାଇ ଦିଆଯିବ ।
ସେହିପରି ଆସନ୍ତା ୧୫ ତାରିଖ ସୁଦ୍ଧା କୋଣାର୍କରେ ବିଜୁଳି ଜଳିବ । ବିଦ୍ୟୁତ ଭିତ୍ତିଭୂମି ମରାମତି ପାଇଁ ୩ ଶହ ଗ୍ୟାଙ୍ଗ ନିୟୋଜିତ ହୋଇଥିବା ସଚିବ କହିଛନ୍ତି । ସେ କହିଛନ୍ତି, କେବଳ ପୁରୀରେ ୧୭୫ ଗ୍ୟାଙ୍ଗ କାମ କରୁଛନ୍ତି । ତେଲେଙ୍ଗାନା, ବିହାରରୁ ଅଧିକ ଗ୍ୟାଙ୍ଗ ପାଇଁ ଅନୁରୋଧ କରାଯାଇଛି । ଆଉ ସବୁଠାରୁ ବଡ କଥା ହେଉଛି, ସମୀକ୍ଷା ପରେ ସୂଚନା ଓ ଲୋକସମ୍ପର୍କ ସଚିବ କହିଛନ୍ତି, ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/puri-badadanda1-1024x679.jpg)