ଫୋନି ପରେ ଏବେ ଯନ୍ତ୍ରଣା ଦେଉଛି ଖରା । ୧୩ ଦିନ ବିତିଗଲାଣି, ହେଲେ ଆସିଲାନି ବିଜୁଳି । ଅନ୍ଧାରରେ ନିଆଳି ସମେତ କଟକ ଜିଲ୍ଲାର ୩୦୦ରୁ ଅଧିକ ଗାଁ

‘ଫୋନି’ ପାଇଁ ବନ୍ଦ ହେଲା ରାଜଭବନରେ ଉତ୍ସବ ପାଳନ । ସ୍ୱାଧିନତା ଦିବସ ଅସରରେ ରାଜ୍ୟପାଳ ଦେବେନାହିଁ ‘ଆଟ୍ ହୋମ୍’ ପାର୍ଟି ।

କନକ ବ୍ୟୁରୋ: ୧୩ ଦିନ ବିତିଗଲାଣି। ଆହୁରି କେତେଦିନ ଏମିତି ଯନ୍ତ୍ରଣା ସହିବୁ? ଘର ଛପର ଉଡିଗଲା, ପଲିଥିନ ଖଣ୍ଡିଏ ମିଳିଲାନି। ଏବେ ଯନ୍ତ୍ରଣା ଦେଉଛି ଖରା ମାଡ। ନିଆଳି ଓ କଣ୍ଟାପଡା ବ୍ଲକ୍ ସମେତ କଟକ ଜିଲ୍ଲାର ତିନି ଶହରୁ ଅଧିକ ଗାଁ ଏବେ ବି ଅନ୍ଧାରରେ। ବିଜୁଳି, ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକ। ଅନ୍ୟପଟେ ବିଦ୍ୟୁତ୍‌କରଣ କାର୍ଯ୍ୟ ଚାଲିଥିବାବେଳେ କେବଳ କଣ୍ଟାପଡା, ନିଆଳି ବ୍ଲକରେ ୪ହଜାରରୁ ଅଧିକ ବିଦ୍ୟୁତ୍ ଖୁଣ୍ଟ, ଅଢେଇ ଶହ ବିଦ୍ୟୁତ୍ ସବ୍-ଷ୍ଟେସନ ସଂପୂର୍ଣ୍ଣ ମାଟିରେ ମିଶି ଯାଇଥିବାବେଳେ ଗ୍ରୀଡ଼୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କେବେ ବିଜୁଳି ସେବା ସ୍ବଭାବିକ ହେବ ତାର ଉତ୍ତର ସେସୁ ପାଖରେ ନାହିଁ। କିନ୍ତୁ ୨୦ରୁ ୨୨ ତାରିଖ ସୁଦ୍ଧା କଣ୍ଟାପଡା ଓ ନିଆଳି ବ୍ଲକରେ ବିଦ୍ୟୁତ୍ ସେବା ସ୍ବଭାବିକ ହେବ ବୋଲି କେବଳ ଆଶ୍ବସନା ଦିଆଯାଉଛି। ଏଭଳି ସ୍ଥିତିରେ ବିଦ୍ୟୁତ୍ ଓ ପାଣି ପାଇଁ ବିଭିନ୍ନ ସ୍ଥାନରେ ରାସ୍ତାରୋକ, ଜନଅସନ୍ତୋଷ ବଢିବାରେ ଲାଗିଛି।

publive-image

କଟକ ଜିଲ୍ଲାର ସର୍ବାଧିକ ପ୍ରଭାବିତ ନିଆଳି, କଣ୍ଟାପଡା, ସଦର ବ୍ଳକ୍, ନିଶ୍ଚିନ୍ତକୋଇଲି, ସାଲେପୁର, ମାହାଙ୍ଗା, ବାଙ୍କୀ, ଆଠଗଡରେ ଉଜୁଡି ଯାଇଛି ଚାଷୀଙ୍କର ବର୍ଷକର ଆହର। ଜମିରେ ଲୋଟୁଛି ଚାଷୀର ହାଡଭଙ୍ଗା ପରିଶ୍ରମର ଫଳ। ଗୋଟିଏ ପଟେ ସବୁ ଗଛ ପତ୍ର ଉପୁଡି ପଡିଥିବାବେଳେ ବିଦ୍ୟୁତ୍ ଖୁଣ୍ଟ ତାର ଏବେବି ମାଟିରେ ପଡିଛି। ନିଶ୍ଚିନ୍ତକୋଇଲି ବ୍ଲକର ପାଖାପାଖି ୨୨୧ଟି ରାଜସ୍ବ ଗାଁରୁ ୫୧ ଗାଁ, ସାଲେପୁର ଓ ମାହାଙ୍ଗା ବ୍ଲକର ୫୦ ଗାଁ, ସଦର ବ୍ଲକ୍ର ପ୍ରାୟ ଅଧିକାଂଶ ଅଂଚଳ ଏବଂ ନିଆଳି, କଣ୍ଟାପଡା ବ୍ଲକର ପାଖାପାଖି ଦୁଇ ଶହ ଗାଁ ଏବେ ବି ଅନ୍ଧାରରେ।

publive-image

ଗୋଟିଏ ପଟେ ପ୍ରବଳ ଖରା ହେଉଥିବା ବେଳେ କିଏ ତମ୍ବୁଟାଣି ମୁଣ୍ଡ ଗୁଞ୍ଜିଥିବା ବେଳେ ଅସହ୍ୟ ଖରା ତାତିରେ ଡହଳବିକଳ ହେଉଛନ୍ତି। କେବେ ଆସିବ ବିଜୁଳି, ତାକୁ ଚାତକ ପରି ଚାହିଁବସିଛନ୍ତି ଲୋକ। ଅନ୍ୟପଟେ ପାଣି ମୁନ୍ଦାଏ ବି ମିଳୁନି। ପୂର୍ବରୁ ଜେନେରେଟର ଚଳାଇବାକୁ ଘଣ୍ଟାକୁ ୪ଶହ ଟଙ୍କା ସହ ୪ଲିଟର କିରାସିନି ନେଉଥିବାବେଳେ ଏବେ ଏହା ଦିନକୁ ଦିନ ବଢିଚାଲିଛି। ଏବେ ଜେନେରେଟର ଭଡା ହଜାରେ ଛୁଇଁଲାଣି। ପୋଖରୀରେ ପାଣି ନାହଁ। ଗାଁରେ ଥିବା ସ୍ବଜଳଧାରା ପ୍ରକଳ୍ପରୁ ଜେନେରେଟରରେ ପାଣି ଉଠାଯାଉଛି। କିନ୍ତୁ ଏଥିରେ ସବୁ ଅଞ୍ଚଳକୁ ଯାଉନି ପାଣି। ଅନେକ ଲୋକ ଗାଁ ଛାଡି ନିଜ ସଂପର୍କୀୟଙ୍କ ଘରକୁ ପଳାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe