ଆଜି ତିନି ଦଳର ପାୱାର ସୋ’  । କଟକ ସହ ଅନ୍ୟ ଦୁଇ ସ୍ଥାନରେ ଅମିତ ଶାହଙ୍କ ପ୍ରଚାର । ବଲାଙ୍ଗୀରରେ ରାହୁଲ ଗାନ୍ଧୀଙ୍କ ଶକ୍ତି ପ୍ରଦର୍ଶନ । ସମ୍ବଲପୁରରେ ନବୀନଙ୍କ ଜନସଭା । 

131

କନକ ବ୍ୟୁରୋ: ଆଜି ରାଜ୍ୟ ରାଜନୀତିରେ ପାୱାର ସୋ । ଧର୍ମେନ୍ଦ୍ର ପ୍ରଧାନଙ୍କ ସଂସଦୀୟ କ୍ଷେତ୍ର ସମ୍ବଲପୁରରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ରାଜନୀତିର ସବୁଠାରୁ ବଡ଼ ପଲିଟିକାଲ ହଟସ୍ପଟ ହେଉଛି ସମ୍ବଲପୁର । ସମୟ ଗଡୁଥିବା ସହିତ  ବବି ଓ ଧର୍ମେନ୍ଦ୍ରଙ୍କ ଟକ୍କର ଜୋରଦାର ହେଉଛି । ଆଉ ଏହି ଆର୍ପାରର ଲଢ଼େଇ ଭିତରେ ବବିଙ୍କ ପାଇଁ ପ୍ରଚାର ମଙ୍ଗ ଧରିବେ ନବୀନ । ଆଜି ସମ୍ବଲପୁର ସଂସଦୀୟ କ୍ଷେତ୍ର ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକରେ ବିଶାଳ ଜନସଭା କରିବେ ବିଜେଡି ସୁପ୍ରିମୋ । ନବୀନଙ୍କ ମାରାଥନ ପ୍ରଚାର ପ୍ରଣବଙ୍କ ପାଇଁ ସଂଜୀବନୀ ହେବ ବୋଲି ଚର୍ଚ୍ଚା ହେଉଛି । ସେପଟେ ରାଉରକେଲାରେ ମଧ୍ୟ ନବୀନଙ୍କର ଆଉଏକ କାର୍ଯ୍ୟକ୍ରମ ରହିଛି ।

ସେହିପରି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି  ଗୃହମନ୍ତ୍ରୀ ଅମିତ୍ ଶାହ । ସମ୍ବଲପୁରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିବାକୁ ଥିବା ବେଳେ କଟକରେ ରୋଡ ସୋ କରିବେ ଅମିତ୍ ଶାହା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ଗଞ୍ଜାମ ଜିଲ୍ଲାର ସୋରଡା ଯିବେ  । ସେଠାରେ ବିଜୟ ମଧ୍ୟାନ ୧ଟାରେ ହେବାକୁ ଥିବା ସଙ୍କଳ୍ପ ସମାବେଶକୁ ସମ୍ବୋଧିତ କରିବେ । ତେବେ କଟକରେ ସନ୍ଧ୍ୟା ୫ଟାରେ ରୋଡ ସୋ’ କାର୍ଯ୍ୟକ୍ରମ ରହିବି । ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱର ଆସିବେ । ସେ ଭୁବନେଶ୍ୱରରେ ଆୟୋଜିତ ଶୁଭଦ୍ରା ଯୋଜନା କାର୍ଯ୍ୟକମରେ ଯୋଗଦେବେ । ସେହିପରି ଲୋକସଭା ବାଚସ୍ପତି ଓମ ବିର୍ଲା ଆଜି ସକାଳେ ୧୦ଟା ୩୦ରେ ବିଜେପିର କର୍ମକର୍ତା ବୈଠକରେ ଯୋଗଦେବେ । ସନ୍ଧ୍ୟାରେ ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ ।

କଂଗ୍ରେସର ମନୋବଳ ବଢ଼ାଇବା ପାଇଁ ରାହୁଲ ଗାନ୍ଧୀ ମଧ୍ୟ ଆଜି ଓଡ଼ିଶା ଆସୁଛନ୍ତି  । କଂଗ୍ରେସ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ କାଲି ବଲାଙ୍ଗୀରରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ରାହୁଲ ଗାନ୍ଧୀ । ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ରାହୁଲ । ଏହାପରେ ସିଧା ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ୪୫ ମିନିଟ୍ ଧରି ସାଧାରଣ ସଭାରେ ରହିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଜୋରଦାର ପ୍ରସ୍ତୁତି ଚଳାଇଛି ।ନିକଟରେ ରାହୁଲ ଗାନ୍ଧୀ ରାୟଗଡା ଆସିବାର ଥିଲା କିନ୍ତୁ ସେଦିନ ରାହୁଲ ନାମାଙ୍କନ ଭରିବା ଯୋଗୁ ତାଙ୍କ ଗସ୍ତ ବାତିଲ କରିଥିଲେ ।