ନିର୍ବାଚନମଣ୍ଡଳୀ ବଦଳିବା ଚର୍ଚ୍ଚା ଭିତରେ ସଂଜୟ ଦାସବର୍ମାଙ୍କ ଶକ୍ତି ପ୍ରଦର୍ଶନ । ସତ୍ୟବାଦୀର ଶହ ଶହ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

319

କନକ ବ୍ୟୁରୋ : ମେଂଟ ଆଶା ମଉଳିବା ପରେ ରାଜ୍ୟରେ ଏବେ ନିର୍ବାଚନ ପରିବେଶ ବେଶ ସରଗରମ ହେଉଛି । ନିଜ ନିଜ ଅଂଚଳରେ ପତିଆରା ବୃଦ୍ଧି ପାଇଁ ଲାଗିପଡ଼ିଛନ୍ତି ନେତାମାନେ । ଏହି କ୍ରମରେ ଅନ୍ୟ ଦଳରୁ ନେତାଙ୍କୁ ଆଣି ନିଜ ଦଳରେ ସାମିଲ କରିବାର ପ୍ରତିଯୋଗିତା ବି ବଢ଼ିଛି । ପୂବର୍ତନ ମନ୍ତ୍ରୀ ସଂଜୟ ଦାସବର୍ମା ନିଜ ପାରମ୍ପାରିକ ଆସନ ବ୍ରହ୍ମଗିରି ଛାଡ଼ି ଏଥର ସତ୍ୟବାଦୀରୁ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଇଚ୍ଛା ନଥିଲେ ବି ସତ୍ୟବାଦୀ ବିଧାୟକ ଉମା ସମନ୍ତରାୟ ବାଧ୍ୟବାଧକତାରେ ଏବେ ବ୍ରହ୍ମଗିରି ମୁହାଁ  । ଏପଟେ ନୂଆ ନିର୍ବାଚନ ମଣ୍ଡଳୀ ସତ୍ୟବାଦୀରେ ନିଜର ଦମ୍ ଦେଖାଉଛନ୍ତି ସଂଜୟ ଦାସବର୍ମା । ଶହ ଶହ କର୍ମୀଙ୍କ ଗହଣରେ ବିଶାଳ ଶୋଭାଯାତ୍ରା କରି ସତ୍ୟବାଦୀରେ ବି ତାଙ୍କ ପଛରେ ଜନସମର୍ଥନ ଅଛି ତାର ପ୍ରମାଣ ଦେବାକୁ ଚେଷ୍ଟା କରିଛନ୍ତି । କେବଳ ଏତିକି ନୁହେଁ ବିଜେପିର କିଛି ନେତାଙ୍କୁ ଆଣି ଶଙ୍ଖ ଭବନରେ ବିଜେଡିରେ ସାମିଲ କରିବାର କାର୍ଯ୍ୟକ୍ରମ ବି ରହିଛି ।