ନିର୍ବାଚନ ପୂର୍ବରୁ ପାରାଦୀପରେ ପାୱାର ସୋ’ ! ଦାମ ବନାମ ଦେବାଶିଷ୍ ।

253

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପାରାଦୀପରେ ଚାଲିଛି ନେତାଙ୍କ ପାୱାର ସୋ’ । ବିଜେଡିରୁ ବହିଷ୍କୃତ ହେବା ପରେ ଡାକ୍ତର ଦାମ ରାଉତ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳ ଉପରେ ବର୍ଷୁଥିବା ବେଳେ ବିଜେଡି ନେତାଙ୍କ ଟାର୍ଗେଟରେ ରହିଛନ୍ତି ଦାମ ରାଉତ । ଏହାରି ଭିତରେ ଦାମ ଗଡ଼ରେ ଶକ୍ତି ଦେଖାଇଛନ୍ତି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ଆଉ ତୀବ୍ର ହୋଇଛି ଦାମ ଓ ଦେବାଶିଷଙ୍କ ଲଢ଼େଇ ।

ପାରାଦୀପରେ ‘ପାୱାର ସୋ’ । ଦାମଙ୍କ ଗଡ଼ରେ ଶକ୍ତି ଦେଖାଇଲେ ଦେବାଶିଷ । ଡାକ୍ତର ଦାମ ରାଉତ ବିଜେଡିରୁ ବିଦା ହେବା ପରେ ଉଠୁଛି ପଡ଼ୁଛି ପାରାଦୀପ ରାଜନୀତି । ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେଡିକୁ କଟୁ ସମାଲୋଚନା କରୁଛନ୍ତି ବିଜୁ ସମତାକ୍ରାନ୍ତି ଦଳର ନେତା ଦାମ ରାଉତ । ସେପଟେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଦେବାଶିଷ ସାମନ୍ତରାୟ ।

ରାହାମାରେ ଜନସମ୍ପର୍କ ପଦଯାତ୍ରାରେ ଦମ୍ ଦେଖାଇଛନ୍ତି ବିଜେଡି ନେତା । ଦେବାଶିଷଙ୍କ ସହ ଚନ୍ଦ୍ରସାରଥୀ ବେହେରା ଓ ଅନ୍ୟ ବରିଷ୍ଠ ନେତା ପଦଯାତ୍ରାରେ ସାମିଲ ହୋଇ ଟାର୍ଗେଟ କରିଛନ୍ତି ବିଧାୟକ ଦାମ ରାଉତଙ୍କୁ । ସେହିପରି କୁଜଙ୍ଗରେ ସ୍ୱାଭିମାନ ସମାବେଶରେ ଯୋଗ ଦେଇ ଦେବାଶିଷଙ୍କ ବିରୋଧରେ ବର୍ଷିଛନ୍ତି ଦାମବାବୁ । ଉଭୟ ପକ୍ଷ ପରସ୍ପରକୁ କଟୁ ସମାଲୋଚନା କରୁଥିବା ବେଳେ ରାଜନୀତିର ରଣକ୍ଷେତ୍ରରେ ପରିଣତ ହୋଇଛି ପାରାଦୀପ ନିର୍ବାଚନ ମଣ୍ଡଳୀ ।