ଦିଲ୍ଲୀରୁ ଦୂର ହେବ ଟ୍ରାଫିକ୍ ସମସ୍ୟା ! ଆରମ୍ଭ ହେବ “ନୂଆ ପାର୍କିଙ୍ଗ୍ ପଲିସି” , ଛୁଟିଦିନମାନଙ୍କରେ ଲାଗିବ ଅଧିକ ଚାର୍ଜ ।

194

ରାଜଧାନୀ ଦିଲ୍ଲୀରେ ଲାଗୁ ହେବାକୁ ଯାଉଛି ନୂଆ ପାର୍କିଙ୍ଗ୍ ପଲିସି । ତେବେ ଅନ୍ୟ ଦିନ ତୁଳନାରେ ଛୁଟିଦିନମାନଙ୍କରେ ଏହି ପାର୍କିଙ୍ଗ୍ ପଲିସିର ଦର ମଧ୍ୟ ବଢିବାର ସମ୍ଭାବନା ଅଛି । ଯଦି ଜଣେ ଚାଳକ ୧ ଘଣ୍ଟାରୁ ଅଧିକ ସମୟ ଗାଡ଼ି ପାର୍କ କରୁଛନ୍ତି ତେବେ ତାଙ୍କୁ ସାମାନ୍ୟ ଚାର୍ଜ ଠାରୁ ଅଧିକ ଟଙ୍କା ଦେବାକୁ ପଡିବ । ଏହି ପଲିସି ଆଗାମୀ ୨ ରୁ ୩ ଦିନ ମଧ୍ୟରେ ହେବାକୁ ଯାଉଛି । ଫିସ୍ ମୂଲ୍ୟକୁ ନିର୍ଦ୍ଧାରିତ କରିବା ପାଇଁ ମଧ୍ୟ ଏକ କମିଟି ପ୍ରସ୍ତୁତ କରାଯାଇଛି । ପଲିସି ଲାଗୁ ହେବା ପରେ ଏହି କମିଟି ଫିସ୍ ପ୍ରସ୍ତୁତ କରିବ । ଏମସିଡି ଅଫିସରଙ୍କ ଅନୁସାରେ , ନୂଆ ପାର୍କିଙ୍ଗ୍ ମ୍ୟାନେଜମେଣ୍ଟ୍ ଏରିୟା ପ୍ଲାନ୍ (ପିଏମଏପି) ର ଉଦେ୍ଧଶ୍ୟ ହେଉଛି କିଭଳି ଦିଲ୍ଲୀରୁ ଟ୍ରାଫିକ୍ ଜାମ୍ ସମସ୍ୟାକୁ କମାଇବା । ପାର୍କିର୍ଙ୍ଗ୍ ଚାର୍ଜ ପାଇଁ ଲାଗୁଥିବା ପାଟର୍ଣ୍ଣରେ ପିକ୍ ଓଭର୍ ଏବଂ ନନ୍ ପିକ୍ ଓଭରରେ ପାର୍କିଙ୍ଗ୍ ଚାର୍ଜ ଅଲଗା ଅଲଗା ହେବ । ଛୁଟିଦିନ ମାନଙ୍କରେ ମଧ୍ୟ ଚାର୍ଜ ଅଲଗା ହେବ ।

ପର୍ବପର୍ବାଣୀ ଦିନମାନଙ୍କରେ ସଡକରେ ଗାଡି ସଂଖ୍ୟା ବଢିଯାଏ ଯାହାକୁ କଣ୍ଟ୍ରୋଲ୍ କରିବା କାଠିକର ପାଠ ହୋଇପଡେ । ବର୍ତ୍ତମାନ ଏହାକୁ ଆୟତ୍ତକୁ ଆଣିବା ପାଇଁ ପାର୍କିଙ୍ଗ୍ ଚାର୍ଜ ଦେବାକୁ ପଡିବ । ଜରୁରୀକାଳୀନ ପରିସ୍ଥିତିରେ ହିଁ ଅନ୍-ଷ୍ଟ୍ରୀଟ୍ ପାର୍କିଙ୍ଗ୍ ସୁବିଧା ଦିଆଯିବ । କୌଣସି ଛକର ୨୫ ମିଟର ଭିତରେ ପାର୍କିଙ୍ଗ୍ ସ୍ଥଳ ପ୍ରସ୍ତୁତ କରାଯିବ ନାହିଁ । ମଲ୍ଟି ଲେବଲ୍ ପାର୍କିଂର ୫୦୦ ମିଟର ଭିତରକୁ ନୋ-ପାର୍କିଙ୍ଗ୍ ଜୋନ୍ ବୋଲି ଘୋଷିତ କରାଯିବ । ଫୁଟପାଥ୍ ରେ ଗାଡି ପାର୍କ କରିବା ଉପରେ ରୋକ ଲାଗିବ ।