କନକ ବ୍ୟୁରୋ : ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା । ବିଦ୍ୟୁତ ବିଭ୍ରାଟ ଯୋଗୁୁଁ ମୋବାଇଲ ଲାଇଟରେ ଚାଲିଲା ସ୍ୱାସ୍ଥ୍ୟସେବା । ବିଭିନ୍ନ ୱାର୍ଡରେ ରୋଗୀ ହେଲେ ହନ୍ତସନ୍ତ । କଟକ ଏସସିବି ବଡ଼ ମେଡିକାଲାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । କେବୁଲ ସମସ୍ୟା ଯୋଗୁଁ ଶନିବାର ଦିନ ତମାମ କଟକ ବଡ଼ ମେଡିକାଲରେ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଥିଲା । ଆନାଟୋମି ୱାର୍ଡ, ଶବ ସଂରକ୍ଷଣ ଗୃହ, ସ୍କିନ ଓ ମେଡିସିନ୍ ବିଭାଗର କିଛି ଅଂଶରେ ଲାଇନ କଟିଯାଇଥିଲା ।
ଏମିତି କି ପମ୍ପ ହାଉସରେ ଲାଇନ ନଥିବାରୁ ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ହୋଇ ପାରିନଥିଲା । ଫଳରେ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ବେଳେ ରୋଗୀ ମାନେ ହନ୍ତସନ୍ତ ହୋଇଥିଲେ । ମେଡିସିନ୍ ବିଭାଗରେ ରୋଗୀଙ୍କୁ ମୋବାଇଲ୍ ଲାଇଟ୍ରେ ଇଞ୍ଜେକ୍ସନ୍ ଦିଆଯାଇଥିଲା । କିଛି ଘଣ୍ଟା ପରେ ଡିଜିରେ ବିଦ୍ୟୁତ୍ ଯୋଗାଣ କରାଯାଇଥିଲା ।
ହେଲେ ୱାର୍ଡରେ ପଙ୍ଖା ନଚାଲିବାରୁ ରୋଗୀ ହନ୍ତସନ୍ତ ହୋଇଥିଲେ । ଏପରିକି ପମ୍ପ ହାଉସରେ ଲାଇନ୍ ନଥିବାରୁ ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ମଧ୍ୟ ହୋଇପାରିନଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏସସିବିରେ ବିଦ୍ୟୁତ୍ ସେବା ସଂପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇନଥିଲା । ଫଳରେ କିଛି ବିଭାଗରେ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।