ଏହି ଦେଶମାନଙ୍କ ପାଖରେ ଅଛି ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ: ଜାଣନ୍ତୁ ଭାରତରେ ସ୍ଥାନ

181

କନକ ବ୍ୟୁରୋ: କରୋନା ମହାମାରୀରର ପ୍ରକୋପ ପରେ ଅନେକ ଦେଶ ନିଜର ପାସପୋର୍ଟରେ ପରିବର୍ତ୍ତନ କରିଛନ୍ତି । ଆଉ ଏହାରି ମଧ୍ୟରେ ହେନେଲ ପାସପୋର୍ଟ ଇନଡେକ୍ସରେ ଶକ୍ତିଶାଳୀ ପାସପୋର୍ଟ ଦେଶମାନଙ୍କର ଲିଷ୍ଟ ପ୍ରକାଶ ପାଇଛି । ଆଉ ଏଥିରେ ଲଗାତାର ତୃତୀୟ ଥର ପାଇଁ ଜାପାନ ଟପ ପୋଜିସନ ହାସଲ କରିଛି । ହେନେଲ ପାସପୋର୍ଟ ଇନଡେକ୍ସ ପ୍ରତି ବର୍ଷ ଏହି ଲିଷ୍ଟ ଜାରି କରିଥାଏ । ତେବେ ଆସନ୍ତୁ ଜାଣିବା କିଏ ଲିଷ୍ଟରେ କେଉଁ ସ୍ଥାନରେ ରହିଛି ।

ଏହି ଲିଷ୍ଟରେ ଜାପାନ ଓ ସିଙ୍ଗାପୁର ୧ ନମ୍ବର ସ୍ଥାନରେ ରହିଛନ୍ତି । ସେହିପରି ଭାରତ ୬ ସ୍ଥାନ ଖସି ୯୦ ସ୍ଥାନରେ ରହିଛି । ଭାରତର ପଡୋଶୀ ଦେଶମାନେ ମଧ୍ୟ ଏହି ଲିଷ୍ଟରେ ବହୁତ ଖରାପ ପ୍ରଦର୍ଶନ କରିଛନ୍ତି । ଭାରତ, ବୁର୍କିନା, ଫାସେ. ତାଜାକିସ୍ତାନ ଏହି ଲିଷ୍ଟରେ ୯୦ ତମ ସ୍ଥାନରେ ରହିଛନ୍ତି । ଏହି ଇନଡେକ୍ସ ଅନୁସାରେ ଭାରତ ସମେତ ଏହି ଦେଶମାନେ ୫୮ ଦେଶକୁ ବିନା ଭିସାରେ ପ୍ରବେଶ କରିପାରିବେ ।

ଶକ୍ତିଶାଳୀ ପାସପୋର୍ଟ ଦେଶ
ଜାପାନ, ସିଙ୍ଗାପୁର (ସ୍କୋର-୧୯୨)
ଜର୍ମାନୀ, ଦକ୍ଷିଣ କୋରିଆ (ସ୍କୋର-୧୯୦)
ଫିନଲ୍ୟାଣ୍ଡ, ଇଟାଲୀ, ଲକ୍ସଜବର୍ଗ, ସ୍ପେନ (ସ୍କୋର-୧୮୯)
ଅଷ୍ଟ୍ରିଆ, ଡେନମାର୍କ (ସ୍କୋର-୧୮୮)
ଫ୍ରାନ୍ସ, ଆୟର୍ଲାଣ୍ଡ, ନେଦରଲାଣ୍ଡ, ପୁର୍ତ୍ତଗାଲ, ସ୍ୱଡେନ (ସ୍କୋର-୧୮୭)
ବେଲଜିୟମ, ନ୍ୟୁଜିଲାଣ୍ଡ, ସ୍ୱିଜରଲାଣ୍ଡ (ସ୍କୋର-୧୮୬)

ଦୁର୍ବଳ ପାସପୋର୍ଟ
ଇରାନ, ଲେବନାନ, ଶ୍ରୀଲଙ୍କା, ସୁଡାନ (ସ୍କୋର-୪୧)
ବାଂଲାଦେଶ, ସୋସୋବୋ, ଲିବିୟା (ସ୍କୋର-୪୦)
ଉତ୍ତର କୋରିଆ (ସ୍କୋର-୩୯)
ନେପାଳ, ଫିଲିସ୍ତାନ (ସ୍କୋର-୩୭)
ସୋମାନ (ସ୍କୋର-୩୪)
ୟମନ (ସ୍କୋର-୩୩)
ପାକିସ୍ତାନ (ସ୍କୋର-୩୧)