ବିଜୁଳି ବିଲ ପୈଠ କରିନଥିବା ଉପଭୋକ୍ତା ସାବଧାନ । ଆସନ୍ତା ୧୬ରୁ ବିଜୁଳି କାଟିଦେବ ସେସୁ । ୨ ଦିନ ଭିତରେ ବିଲ ନଦେଲେ କଟିଯିବ ବିଦ୍ୟୁତ

ବିଲ ଦେଇନଥିଲେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ ଉପଭୋକ୍ତାଙ୍କ କଟିବ ବିଜୁଳି

691

କନକ ବ୍ୟୁରୋ: ଆସନ୍ତା ୧୬ ତାରିଖରୁ ବିଦ୍ୟୁତ କାଟ ହେବ । ଆଜି ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ସ୍ପଷ୍ଟ କରିଦେଇଛନ୍ତି । ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ ଦେବାକୁ, ହେଲେ ବିଲ ଦେଉନାହାନ୍ତି ସେମାନଙ୍କ ବିଦ୍ୟୁତ କାଟ ହେବ । ଏଥିପାଇଁ ୪୧୩ଟି ସ୍କାର୍ଡ ସେସୁର ୯ ଜିଲ୍ଲାରେ କାମ କରିବେ । ଦୁଇ ଦିନ ଭିତରେ ବିଲ ଦିଅନ୍ତୁ ନଚେତ ବିଦ୍ୟୁତ କାଟ ହେବ ବୋଲି ସେସୁ କହିଛି ।

ତେବେ ସାରା ଗାଁରେ ବିଦ୍ୟୁତ କାଟ ହେବନି । ଯେଉଁ ଘର ସବୁ ବିଲ୍ ଦେଇନଥିବେ ସେମାନଙ୍କର ହିଁ ବିଦ୍ୟୁତ ସଂଯୋଗ କାଟି ଦିଆଯିବ । ପୂର୍ବରୁ ବିଦ୍ୟୁତ ବିଲ ପୈଠ ନ କଲେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଘୋଷଣା କରିଥିଲା । ଏହାକୁ ନେଇ ବିବାଦ ବି ଦେଖାଦେଇଥିଲା । ବିରୋଧୀ ଦଳଗୁଡିକ ବିଦ୍ୟୁତ କାଟ ହେଲେ ଆନ୍ଦୋଳନ କରିବେ ବୋଲି ଧମକ ବି ଦେଇଛନ୍ତି । ଏହାମଧ୍ୟରେ ୧୬ ତାରିଖରୁ ବିଦ୍ୟୁତ କାଟ ହେବ ବୋଲି ସେସୁ ଆଜି ସ୍ପଷ୍ଟ କରିଦେଇଛି ।