କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୮ତାରିଖରେ ନେବ ଅବପାତର ରୂପ । ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପରେ ୧୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ବିଭିନ୍ନ ମଡେଲ ପକ୍ଷରୁ ଆକଳନ କରାଯାଉଛି । ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହୋଇସାରିଲାଣି ଶକ୍ତି ବିଭାଗ ।
ବାତ୍ୟା ସମୟରେ ଏବଂ ବାତ୍ୟାର ପରବର୍ତ୍ତି ମୁକାବିଲା ନେଇ ପ୍ରସ୍ତୁତ ହୋଇସାରିଛି ୱାରରୁମ୍ । ବାତ୍ୟାରେ ବିଦ୍ୟୁତ୍ ଖୁଣ୍ଟି ଉପୁଡି ପଡିବା ଏବଂ ତାର ଛିଡି ବିଦ୍ୟୁତ୍ ସଂଚାଳନ ବନ୍ଦ ହୋଇଯାଇଥିବା ଅଞ୍ଚଳ ଗୁଡିକରେ କିପରି ଅତି ଶୀଘ୍ର ମରାମତି ହୋଇ ବିଦ୍ୟୁତ୍ ଯୋଗାଇ ଦିଆଯିବ ସେନେଇ ପ୍ରସ୍ତୁତ ହୋଇସାରିଛି ଶକ୍ତି ବିଭାଗ । ପୂର୍ବରୁ ମଧ୍ୟ ବାତ୍ୟା ମୁକାବିଲାକୁ ଅତି ସହଜ ଭାବରେ ତୁଲାଇପାରିଛି ଶକ୍ତି ବିଭାଗ । ତେଣୁ ଯଦି ଏଥର ରାଜ୍ୟରେ ବାତ୍ୟା ହୁଏ ତାହେଲେ ଶକ୍ତି ବିଭାଗ ପ୍ରସ୍ତୁତ ରହିଛି ଏବଂ ଠିକ ସମୟରେ ସବୁ ପ୍ରକାର ପଦକ୍ଷେପ ନିଆଯିବ କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର
ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ଅଛି ଶକ୍ତି ବିଭାବ । ମୁକାବିଲା ପାଇଁ ପ୍ରସ୍ତୁତ ହେଲା ୱାର ରୁମ୍
Advertisment
Follow Us