କନକ ବ୍ୟୁରୋ : ପୁରୀରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ମହମବତୀ ଆଲୁଅରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । ଘଂଟା ଘଂଟା ଧରି ବିଦ୍ୟୁତ୍ କାଟ ଯୋଗୁଁ ସଦର ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ପୁରୀ ସଦର ଅଂଚଳରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମଙ୍ଗଳବାର ରାତିରୁ ବିଦ୍ୟୁତ୍ କାଟ ହେବା ସହ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇନଥିଲା । ପୁରୀ ସହରର ଅଧିକାଂଶ ଅଂଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥଲା । କୋହଲା ପାଗ ଯୋଗୁ ଶ୍ରେଣୀ ଗୃହରେ ଅନ୍ଧାର ଛାଇ ରହିଥିଲା । ଫଳରେ ଡିବିରି ଓ ମହମବତୀ ଆଲୁଅରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।

Advertisment

- ଗତ ୧୫ ତାରିଖରୁ ସାରା ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା ଆରମ୍ଭ ହୋଇଥିଲା
- ଗତକାଲି ଛତ୍ରଛାତ୍ରୀମାନେ ସଂସ୍କୃତ ପରୀକ୍ଷା ଦେଇଥିଲେ
- କୋହଲା ପାଖ ଯୋଗୁଁ ଶ୍ରେଣୀ ଗୃହରେ ଆଲୋକର ଆବଶ୍ୟକତା ଥିଲା
- ହେଲେ ବିଜୁଳି ଚାଲିଯିବାରୁ ହଇରାଣ ହରକତର ସମ୍ମୁଖୀନ ହୋଇଥିଲେ ଛାତ୍ରଛାତ୍ରୀ