ମୁମ୍ବାଇରେ ବଡଧରଣର ବିଜୁଳି ବିଭ୍ରାଟ । ଅନ୍ଧାର ଘେରରେ ଅଧା ମୁମ୍ବାଇ । ଲୋକାଲ ଟ୍ରେନ୍ ଚଳା ଚଳ ଠପ୍

ଅଧା ମୁମ୍ବାଇ ଅନ୍ଧକାର ଭିତରେ

442

କନକ ବ୍ୟୁରୋ : ଆଜି (ସୋମବାର) ଜନଗହଳିପୂର୍ଣ୍ଣ ମୁମ୍ବାଇ ସହରରେ ବଡଧରଣର ବିଜୁଳି ବିଭାଟ ଦେଖିବାକୁ ମିଳିଛି । ଫଳର ଅଧା ମୁମ୍ବାଇ ଅନ୍ଧକାର ଭିତରେ ରହିଛି । କଳ କାରଖାନା ଓ ଅଫିସ୍ ଦପ୍ତର କାମରେ ବ୍ୟାହତ ଦେଖା ଦେଇଥିବା ବେଳେ ଗମନା ଗମନ ପାଇଁ ସବୁଠାରୁ ବେସି ଲୋକ ନିର୍ଭର କରୁଥିବା ଲୋକ ଲୋକଲ ଟ୍ରେନ୍ ଚଳା ଚଳା ବି ପ୍ରଭାବିତ ହୋଇଛି ।

ଗ୍ରୀଡ୍ ଫେଲ୍ ଯୋଗୁଁ ମୁମ୍ବାଇରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଯାହା ଫଳରେ ଅଧା ମୁମ୍ବାଇକୁ ବିଦ୍ୟୁତ୍ ସେବା ବନ୍ଦ ହୋଇଛି । ବୃହନ ମୁମ୍ବାଇ ବିଦ୍ୟୁତ୍ ଯୋଗାଣ ଓ ପରିବହନ ସଂସ୍ଥା ପକ୍ଷରୁ କୁହାଯାଇଛି କି ଟାଟା ବିଦ୍ୟୁତ୍ ଯୋଗାଣ ପକ୍ଷରୁ ବିଦ୍ୟୁତ୍ ଯୋଗାଣରେ ବିଭ୍ରାଟ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ।

ଅନ୍ୟପଟେ ମୁମ୍ବାଇ ଟାଉନସିପ୍ ବିଦ୍ୟୁତ ଯୋଗାଣ ଦାୟିତ୍ୱରେ ଥିବା କମ୍ପାନୀ ୱେଷ୍ଟ କହିଛି କି ସହରକୁ ବିଦ୍ୟୁତ୍ ଯୋଗାଣ କରୁଥିବା ପ୍ଲାଣ୍ଟଗୁଡିକର ଗ୍ରୀଡ୍ ଫେଲ ହୋଇଛି । ଏହି କାରଣରୁ ସହରର ପୂର୍ବ, ପଶ୍ଚିମ, ଉପନଗର ତଥା ଥାନେ ଅଞ୍ଚଳକୁ ସମ୍ପୁର୍ଣ୍ଣ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି ।