ଭାରତରେ ହୋଇପାରେ ଚୀନ ପରି ବିଜୁଳି ସଙ୍କଟ: ପାୱାର ପ୍ଲାଣ୍ଟରେ କୋଇଲାର ଘୋର ଅଭାବ

Advertisment
ଭାରତରେ ହୋଇପାରେ ଚୀନ ପରି ବିଜୁଳି ସଙ୍କଟ: ପାୱାର ପ୍ଲାଣ୍ଟରେ କୋଇଲାର ଘୋର ଅଭାବ

କନକ ବ୍ୟୁରୋ: ଭାରତରେ ଘୋଟିଯାଇପାରେ ଅନ୍ଧାର । ଚୀନ ପରି ଭାରତରେ ମଧ୍ୟ ଦେଖାଦେଇପାରେ ବିଜୁଳି ଶକ୍ତି ସଙ୍କଟ । କାରଣ ଦେଶର ୭୨ ଟି ମୁଖ୍ୟ ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ସଙ୍କଟ ଦେଖାଦେଇଛି । ଏଠାରେ ରହିଛି ମାତ୍ର ୩ ଦିନ ପାଇଁ କୋଇଲା  । 

ଚୀନରେ ଭୟଙ୍କର ବିଜୁଳି ସଙ୍କଟ । ଚୀନର ପୂର୍ବ-ଉତ୍ତର ଅଞ୍ଚଳରେ ଏବେ ବିଜୁଳି ସଙ୍କଟ ବଢିବାରେ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ, ଏହି ଅଞ୍ଚଳରେ ଥିବା ଅନେକ ଫ୍ୟାକ୍ଟ୍ରି, ମଲ୍, ଦୋକାନ ବନ୍ଦ ପଡିଛି ଏବଂ ଲୋକେ ଘରେ ନାନାଦି ସମସ୍ୟା ଦେଇ ଗତି କରୁଛନ୍ତି । କୋଇଲା ସପ୍ଲାଇରେ ଦେଖାଦେଇଥିବା ସମସ୍ୟା କାରଣରୁ ଚୀନର ପୂର୍ବ-ଉତ୍ତର ଅଞ୍ଚଳରେ ଗତ କିଛି ଦିନ ହେବ ବିଜୁଳି ସଙ୍କଟ ଦେଖିବାକୁ ମିଳିଛି । ସ୍ଥିତି ଏମିତି ହୋଇଛି ଯେ, ଆପଲ, ଟେସଲା ଭଳି କମ୍ପାନିର ଫ୍ୟାକ୍ଟ୍ରି ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି ।

ଭାରତରେ ମଧ୍ୟ ଚୀନ ପରି ବିଜୁଳି ସଙ୍କଟ ଦେଖାଦେଇପାରେ । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଓ ଅନ୍ୟ ଏଜେନ୍ସି ମାନଙ୍କ ଦ୍ୱାରା ହେଉଥିବା କୋଇଲା ଯୋଗାଣକୁ ବିଶ୍ଳେଷଣ କରି ଏପରି ମନ୍ତବ୍ୟ ଦେଇଛନ୍ତି ବିଶେଷଜ୍ଞ ଦଳ ।ଏମାନଙ୍କ ତଥ୍ୟ ମୁତାବକ, ଦେଶର ମୋଟ ୧୩୫ ଟି ପାୱାର ପ୍ଲାଣ୍ଟ ମଧ୍ୟରୁ ୭୨ଟି ପାୱାର ପ୍ଲାଣ୍ଟରେ ଆବଶ୍ୟକ କୋଇଲା ମହଜୁଦ୍ ନାହିଁ  । ଯେତିକି ଅଛି ସେଥିରେ ମାତ୍ର ୩ ଦିନ ପାଇଁ ବିଜୁଳି ଉତ୍ପାଦନ ହୋଇପାରିବ । ୧୩୫ ଟି ପ୍ଲାଣ୍ଟରୁ ୧୨,୪୨୦ କୋଟି ୟୁନିଟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇଥାଏ । ଯଦି ଏଥିରେ ୭୨ ଟି ପ୍ଲାଣ୍ଟ କୋଇଲା ଯୋଗୁଁ ଶକ୍ତି ଉତ୍ପାଦନ ହୋଇନପାରେ ତାହେଲେ ମୋଟ ଉତ୍ପାଦନରୁ ୩୩ ପ୍ରତିଶତ ବିଜୁଳି ଶକ୍ତି ଯୋଗାଣ କମିଯିବ । ଏହାଦ୍ୱାରା ଦେଶରେ ବିଜୁଳି ସଙ୍କଟ ଦେଖାଯିବା ନିଶ୍ଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି । 

ସରକାରୀ ଆକଳନ ଅୁନଯାୟୀ, କରୋନା ପୂର୍ବରୁ ୨୦୧୯ ଅଗଷ୍ଟ , ସେପ୍ଟେମ୍ବର ମାସରେ ଦେଶରେ ମୋଟ ୧୦, ୬୬୦ କୋଟି ୟୁନିଟ  ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ ହେଉଥିଲା । କିନ୍ତୁ ଏହା ବୃଦ୍ଧି ପାଇ ୨୦୨୧ ଅଗଷ୍ଟ –ସେପ୍ଟେମ୍ବରରେ ବୃଦ୍ଧି ପାଇ ଏହା ୧୪,୪୨୦ କୋଟି ୟୁନିଟରେ ପହଞ୍ଚିଛି । ଫଳରେ କୋଇଲା ଖର୍ଚ୍ଚ ମଧ୍ୟ ୧୮ ପ୍ରତିଶତ ବଢିଛି । କୋଇଲାର ଏପରି ନିଅଣ୍ଟିଆ ପରିସ୍ଥିତି ଅଗଷ୍ଟ ମାସରୁ ଦେଖାଦେଇଛି । ଫଳରେ ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ବିଜୁଳି ଉତ୍ପାଦନ ୧୩,୦୦୦ ମେଗାୱାଟକୁ ହ୍ରାସ ପାଇଥିଲା ।  ତେବେ କୋଇଲା ଯୋଗାଣର ସମୀକ୍ଷା କରିବାକୁ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଏକ ସମିତି ଗଠନ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe